ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରା ରାଇରଙ୍ଗପୁର ଦୁର୍ଗା ମଣ୍ଡପଠାରୁ ବାହାରି ଗୋଲେଇ ଛକ ପର୍ଯ୍ୟନ୍ତ ବଜାର ପରିକ୍ରମା କରିଥିଲା।
ଶୋଭାଯାତ୍ରାରେ କଂଗ୍ରେସର ପୁର୍ବତନ ବିଧାୟକ ଶ୍ୟାମଚରଣ ହାଂସଦା, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପୁର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ବରିଷ୍ଠ ନେତା ବସନ୍ତ ପଟ୍ଟନାୟକ, ଆଶକ ଆଗ୍ରବାଲ, ରୁପକ ମହାନ୍ତି, କିଶର ମହାନ୍ତ,ଲଳିତ ମହାନ୍ତ,ବିଡର ମାଝୀ,ଅନନ୍ତ ମାରାଣ୍ଡି, ଭଜହରି ମହାନ୍ତ, ଭାଗବତ ମାଝୀ, ମହିଳା ନେତ୍ରୀ କିରଣ ବାଳ୍ମିକୀ, କୣଷ୍ଣା ସାହୁ, ରଜତ ମହାନ୍ତିଙ୍କ ସମେତ କଂଗ୍ରେସର ବହୁ କର୍ମକର୍ତ୍ତା ସାମିଲ ଥିଲେ ।
Mayurbhanj | congress
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/15/tZRWM838VYuUNI9cXO3E.jpeg)