ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ୧୩ ସୂତ୍ରୀ ନିର୍ବାଚନ ପ୍ରତିଶ୍ରୁତି ଜାରି କରିଛି। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା ସହିତ ବୀମା ରାଶି ପ୍ରଦାନ ପାଇଁ ପ୍ରଚେଷ୍ଟା, ଅଙ୍ଗ ନଦୀରେ ବ୍ୟାରେଜ, ବରଗଡ଼ ନୂଆପଡ଼ା ରେଳ ଲାଇନ ଭାୟା ପଦ୍ମପୁର ପାଇଁ ଦାବି ଜୋର୍ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି।
୨୨ ବର୍ଷ ହେଲା ବିଜେଡି ସରକାର ଶାସନ କରୁଛି। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ଥିଲେ ହେଁ ପଦ୍ମପୁରର ବିକାଶ କେହି କଲେ ନାହିଁ ବୋଲି ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା, ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ପୂର୍ବତନ ସାଂସଦ ସଂଜୟ ଭୋଇ, ବରିଷ୍ଠ ନେତା ଯଜ୍ଞେଶ୍ୱର ବାବୁ ସମେତ ଦଳର ବହୁ ତୁଙ୍କ ନେତା ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/18-21.jpg)