ରାଷ୍ଟ୍ରପତିଙ୍କ ବିରୋଧରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ମନ୍ତବ୍ୟକୁ ବିଜେପିର ବିରୋଧ, କୁଶପୁତ୍ତଳିକା ଦାହ

ଜୟପୁର: ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଏହାକୁ ବିରୋଧ କରି ବିଜେପି କୋରାପୁଟ ଜିଲ୍ଲା ଜୟପପୁରସ୍ଥିତ କାର୍ଯ୍ୟାଳୟରୁ ଟାଉନଥାନା ସମ୍ମୁଖ ଟ୍ରାଫିକ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା। ଏଥିରେ କଂଗ୍ରେସ ବିରୋଧରେ ବିଭିନ୍ନ ସ୍ଲୋଗାନମାନ ଦିଆଯାଇଥିଲା। ଏହା ପରେ ଟ୍ରାଫିକ ଛକ ଠାରେ କଂଗ୍ରେସ ନେତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନେତାଙ୍କ ଫଟୋଚିତ୍ର ଲାଗିଥିବା କୁଶପୁତ୍ତଳିକାକୁ ଦାହ କରିଥିଲେ।

ବିଜେପି କହିଛି ଯେ, କଂଗ୍ରେସ ଓଡିଶା ମାଟିର ଜଣେ ଆଦିବାସୀ ମହିଳାଙ୍କୁ ସମର୍ଥନ କରିବା ବଦଳରେ ପ୍ରାରମ୍ଭରୁ ବିରୋଧ କରି ଆସିଛି। ଦେଶବାସୀଙ୍କୁ କଂଗ୍ରେସ ସଭାନେତ୍ରୀ ସୋନିୟା ଗାନ୍ଧୀ, ରାହୁଳ ଗାନ୍ଧୀ ଭୁଲ ମାଗିବାକୁ ଦାବି କରିଥିଲେ। ଏଭଳି ହୀନମନ୍ୟତା ପ୍ରକାଶ କରି କଂଗ୍ରେସ ନେତାମାନେ ଦେଉଥିବା ଅସଭ୍ୟ ମନ୍ତବ୍ୟକୁ ବିଜେପି ସହ୍ୟ କରିବ ନାହିଁ। ତୁରନ୍ତ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି  ବିଜେପି ନଗର ସଭାପତି ରାଧାଶ୍ୟାମ ପରିଡ଼ା, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ମୋହନ ମାଝୀ, ଭବାନୀ ପ୍ରସାଦ ମିଶ୍ର, କନକା ରାଓ, ସହଦେବ ଦୁର୍ଗା, ମଧୁ ହିଆଲ, ଯୋଗେନ୍ଦ୍ର ପୁଜାରୀ, ଶିବା ପଟ୍ଟନାୟକ, ନଳନୀକାନ୍ତ ଦାଶ, ପ୍ରି.ବ୍ରହ୍ମାଜୀ ।

 

ସମ୍ବନ୍ଧିତ ଖବର