ଆଠଗଡ଼ : ଆଠଗଡ଼ର ବରିଷ୍ଠ କଂଗ୍ରେସ ନେତା ବିଚିତ୍ରାନନ୍ଦ ମୁଦୁଲି (୭୮) ଗତକାଲି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ସ୍ବର୍ଗତ ମୁଦୁଲି ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଥିଲେ। ଧବଳେଶ୍ବର ଝୁଲା ପୋଲର ପରିକଳ୍ପନା କରି ସେ ଏହାକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଆଠଗଡ଼ର ଗ୍ରାମାଞ୍ଚଳରେ ପକ୍କା ରାସ୍ତା, ଆଠଗଡ଼, ଗୁରୁଡ଼ିଝାଟିଆ, କଖଡ଼ି ଓ ନରାଜରେ ନୂତନ ବଙ୍ଗଳା ତିଆରି ହୋଇଥିଲା। ଆଠଗଡ଼-ତିଗିରିଆ ନିର୍ବାଚନମଣ୍ଡଳୀରୁ ଗତ ୨୦୦୪ ଓ ୨୦୦୯ରେ ସେ ସ୍ବାଧୀନ ପ୍ରାର୍ଥୀ ଓ ୨୦୧୪ରେ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତାଙ୍କ ବିୟୋଗରେ ଆଠଗଡ଼ରେ ଶୋକର ଛାୟା ଖେଳିଯାଇଛି। ପ୍ରଦେଶ କଂଗେସ କମିଟି ସଭ୍ୟ ଅକ୍ଷୟ କୁମାର ତୁଙ୍ଗସାମନ୍ତ, ସୁର ବିଶ୍ବାଳ, କିରଣ ବିହାରୀ ଖଟୁଆ, ପ୍ରମୋଦ ଧଳ, ସୁନିଲ ସୁତାର, ଉଦୟନାଥ ନାୟକ, ନଗର କଂଗ୍ରେସ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ, ଗିରିଜା ଭୂଷଣ ପଟ୍ଟନାୟକ, ମହେମୁଦ୍ ଅହମ୍ମଦ ଖାଁ ପ୍ରମୁଖ ବହୁ ନେତା ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ସେହିପରି ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bichitrananda-muduli.jpg)