ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ଜିଲ୍ଲା ପରିଷଦ ଜୋନ୍‌ରେ ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୯ଟି ରାଉଣ୍ଡରେ ଭୋଟ୍‌ ଗଣତି ଶେଷ ହୋଇଛି। ଏଠାରେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ୮୫୬୮ ଖଣ୍ଡ ଭୋଟ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି (୫୭୫୯)ଙ୍କ ଠାରୁ ୨୮୦୯ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ଟିକାଇ ଗେମେଲ ଆଗୁଆ ଥିବା ନେଇ ବ୍ଲକ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ନନ୍ଦପୁର ବ୍ଲକ ଜୋନ ୧ର ପଞ୍ଚମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀଙ୍କୁ ୪୫୦୭ ଭୋଟ, ବିଜେପିକୁ ୧୬୧୫ ଭୋଟ ଓ କଂଗ୍ରେସକୁ ୪୦୨୦ ଭୋଟ ମିଳିଛି। ବିଜେଡି ଏଠାରେ ୪୮୭ ଭୋଟରେ ଆଗୁଆ ଅଛି। ସେହିପରି ବୈପାରିଗୁଡ଼ାରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ୪୯୯୬, କଂଗ୍ରେସ ୩୯୦୦ ଓ ବିଜେପିକୁ୨୧୫୪ ଖଣ୍ଡ ଭୋଟ ମିଳିଛି। ବିଜେଡ଼ି ୧୦୯୬ ଭୋଟରେ ଆଗୁଆ ଅଛି। ଲମତାପୁଟରେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୨୫୨, ବିଜେପିକୁ ୧୨୮୧ ଓ କଂଗ୍ରେସକୁ ୩୭୭୬ ଖଣ୍ଡ ଭୋଟ ମିଳିଛି। ଏଠାରେ କଂଗ୍ରେସ ୧୫୨୪ ଖଣ୍ଡ ଭୋଟରେ ଆଗୁଆ ରହିଛି।