ଗୃହରେ ନଥିବା ବ୍ୟକ୍ତିଙ୍କ ନାମ ନିଆଯିବନି

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କୁ ନେଇ ଆଜି ପୁଣିଥରେ ବିଧାନସଭା ହୁଲସ୍ତୁଲ। ଗତକାଲି ଏହି ପ୍ରସଙ୍ଗକୁ ନେଇଗୃହରେ ତମ୍ବିତୋଫାନ େହାଇଥିଲା। ଆଜି ପୁଣି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକଥା ଉଠାଇଥିଲେ। କେଉଁ ପରିସ୍ଥିତିରେ ଗୃହ ବାହାରେ ଥିବା େନତାଙ୍କ ନାମ ନିଆଗଲା, େସ େନଇ ଗର୍ଜିଥିଲେ। ପ୍ରତି ଜବାବ ରଖିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ସ୍ଥିତି ଏମିତି ହେଲା େଯ ଗୃହ ମଧ୍ୟ ଭାଗକୁ ଯାଇ କଂଗ୍ରେସ ସଭ୍ୟ ହଟ୍ଟଗୋଳ କଲେ। ବିଜେପି ବିଧାୟକମାନେ ନିଜ ସ୍ଥାନରେ ରହି ପାଟିତୁଣ୍ଡ କଲେ। ବାଚସ୍ପତି-ବିଜେପି-କଂଗ୍ରେସ ମଧ୍ୟରେ କଥା କଟାକଟି େହଲା। ଶେଷରେ ସନ୍ଧ୍ୟାରେ ବାଚସ୍ପତି ରୁଲିଂ ଦେଇ କହିଥିଲେ ଯେ ଗୃହରେ ନଥିବା କୌଣସି ବ୍ୟକ୍ତିଙ୍କ ନାଁ ନନେବା ପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ୍। କେବଳ ସେତିକି ନୁହେଁ, ଗତକାଲି ବିଜେପି ଉପନେତାଙ୍କ ବକ୍ତବ୍ୟରୁ ସମସ୍ତ ଆକ୍ଷେପମୂଳକ ଶବ୍ଦକୁ ବାଦ୍ ଦେବା ଲାଗି ସେ ନିର୍ଦେଶ ଦେଇଥିଲେ।

ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଗତକାଲି ମହାତ୍ମାଗାନ୍ଧୀ ଓ ନାଥୁରାମ ଗଡସେଙ୍କ ସଂପର୍କରେ ରଖିଥିବା ବକ୍ତବ୍ୟକୁ ପୁଣି ଉଦ୍ଧାର କରିଥିଲେ। କହିଥିଲେ, କେଉଁଠାରେ ବି ସେ ବିଜେପିକୁ ଆେକ୍ଷପ କରିନାହାନ୍ତି। କିନ୍ତୁ ତାଙ୍କ ସଂପର୍କରେ ମନ୍ତବ୍ୟ ଦିଆଗଲା। କେବଳ ସେତିକି ନୁେହଁ, େଯଉଁମାନେ ଗୃହର ସଭ୍ୟ ନୁହନ୍ତି, ସେମାନଙ୍କ ନାଁ ଉଠାଇବା ଉଚିତ ନୁହେଁ। ଗତକାଲି ମଣିଶଙ୍କର ଆୟାର ଓ ନବ‌ଜୋତ୍ ସିଂହ ସିଦ୍ଧୁଙ୍କ ନାଁ ନିଆଯାଇଥିଲା। ଏମିତିରେ ବି ମଣିଶଙ୍କରଙ୍କ ମନ୍ତବ୍ୟକୁ କଂଗ୍ରେସ ଅଧ୍ୟକ୍ଷ ନିନ୍ଦା କରିବା ସହିତ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ସିଦ୍ଧୁ ସେମିତି କିଛି କହିନାହାନ୍ତି। କିନ୍ତୁ େଭାପାଳ ସାଂସଦଙ୍କ ଘଟଣାରେ ପ୍ରଧାନମନ୍ତ୍ରୀ ନିନ୍ଦା କଲେ, କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଲେନି।ଶ୍ରୀ ମିଶ୍ର ସମ୍ବିଧାନବିତ୍ ଏମ୍ ଏନ କାଉଲ୍ ଓ ଏସ୍ ଏଲ୍ ସକଧରଙ୍କ ପ୍ରଣୀତ ନିୟମାବଳୀକୁ ଉଦ୍ଧାର କରି କହିଥିଲେ, ଗୃହରେ ନଥିବା କୌଣସି ବ୍ୟକ୍ତିଙ୍କ ବିେରାଧରେ ଅଭିେଯାଗ ଆଣିବା ସଂସଦୀୟ ପରମ୍ପରାର ବ୍ୟତିକ୍ରମ। ଏନେଇ ସଦସ୍ୟ ବାଚସ୍ପତିଙ୍କ ଠାରୁ ଆଗୁଆ ଅନୁମତି ନେଇନାହାନ୍ତି। ଅଭିେଯାଗ ଆଣିଲେ ବି ପ୍ରମାଣ ଦେବାକୁ ବାଧ୍ୟ। ଏଣୁ ଏହାକୁ ଗୃହର ବିବରଣୀରୁ ବାଦ୍ ଦିଆଯାଉ। କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହ ମଧ୍ୟଭାଗକୁ ଚାଲିଯାଇଥିଲେ। ହେଲେ ବାଚସ୍ପତି ବିେଜପି ବିଧାୟକ ଦଳ ଉପନେତା ଶ୍ରୀ େସଠୀଙ୍କୁ ଶୁଣିବା ପରେ ରୁଲିଂ ଦେବେ େବାଲି କହିବାରୁ କଂଗ୍ରେସ ସଭ୍ୟ େଫରି ଆସିଥିଲେ।
ଶ୍ରୀ ସେଠୀ କହିଥିଲେ, ପୂର୍ବରୁ ମଧ୍ୟ ଆଉ ଦୁଇଥର ପ୍ରକାରାନ୍ତରେ ଏ ପ୍ରସଙ୍ଗ ଉଠାଯାଇଥିଲା। ଆମେ ସେତେବେଳେ ସହିଯାଇଥିଲୁ। ବିଜେପି ସାଂସଦଙ୍କ କଥା କହିଥିଲେ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ େକନ୍ଦ୍ର ସରକାର କଥା କହିଥିଲେ। ବିଭିନ୍ନ ସମୟରେ କଂଗ୍ରେସ ସଭାପତି ମଧ୍ୟ ଅଯୌକ୍ତିକ ମନ୍ତବ୍ୟ ଦେଇଥାନ୍ତି ।

ଏହି ଘଟଣାରେ ପୁଣି କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ। କଂଗ୍ରେସକୁ ଦେଖି ଅଧିକାଂଶ ବିଜେପି ସଭ୍ୟ ନିଜ ଆସନରେ ଠିଆ େହାଇ ପାଟି କରିଥିଲେ। ଶ୍ରୀ ସେଠୀ େଜାରରେ ପାଟି କରି କହିଥିଲେ, ଆମେ ଆଉ କହିବୁନି। କିନ୍ତୁ ଆସନ୍ତା ୪ବର୍ଷ ୮ମାସ କେହି ବି ବାହାର ବ୍ୟକ୍ତିଙ୍କ ସଂପର୍କରେ ଗୃହରେ କହିବେ ନାହିଁ, ଏ ଗ୍ୟାରେଣ୍ଟି ବାଚସ୍ପତି ଦିଅନ୍ତୁ।
ଏହି ସମୟରେ ବିଜେପି ବିଧାୟକ ସନାତନ ବିଜୁଳି କିଛି ମନ୍ତବ୍ୟ ଦେବାରୁ ବାଚସ୍ପତି ତାଙ୍କୁ କଡ଼ା ତାଗିଦ୍ କରିଥିଲେ। ପରେ ଶ୍ରୀ ସେଠୀ ଆହୁରି ବିଗିଡି ଯାଇଥିଲେ। କହିଥିଲେ, ଆମେ କଣ ମୂଲିଆ। ଏହାକୁ ନେଇ ଗୃହର ମଧ୍ୟ ଭାଗରେ ଥିବା କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ତାଙ୍କର କଥା କଟାକଟି େହାଇଥିଲା। ବାଚସ୍ପତି ଏସଂକ୍ରାନ୍ତରେ ଅପରାହ୍ନରେ ରୁଲିଂ ଦେବେ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଶେଷରେ ବାଚସ୍ପତି ରୁଲିଂ ଦେଇ କହିଥିଲେ େଯ ସେ ଗୃହର ବିବରଣୀ ସହିତ ସଂସଦୀୟ ପରମ୍ପରା ପୁସ୍ତକର ଅନୁଧ୍ୟାନ କରିଛି। ସେ ନିୟମାବଳୀ ପାଠ କରିଥିଲେ। କେବଳ ସେତିକି ନୁେହଁ, ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମାବଳୀର ନିୟମ ୧୮୯ (୮) ବ୍ୟବସ୍ଥା ଅନୁଯାୟୀ, ବି ଉଠାଯାଇପାରିବ ନାହିଂ। ଚତୁର୍ଦଶ ବିଧାନସଭାର ୨୦୧୨ ଅଗଷ୍ଟ ୨୯ ତାରିଖରେ ତତ୍କାଳୀନ ବାଚସ୍ପତି ସଂସଦୀୟ ପରମ୍ପରା ସର୍ବଦା ଅନୁପାଳନୀୟ େବାଲି ତାଙ୍କର ମତ ଦେଇଥିଲେ ବୋଲି ବାଚସ୍ପତି କହିଥିଲେ।

ସମ୍ବନ୍ଧିତ ଖବର