ଭୁବନେଶ୍ବର: ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ । ଆଜି ବିଧାନସଭାରେ ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ବିରୋଧୀ । ମନ୍ଦିର ଖୋଲିବା ନେଇ ହାତଯୋଡ଼ି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରାଜ୍ୟରେ ୨୪ ଘଣ୍ଟା ଭିତରେ ସବୁ ମନ୍ଦିର ଖୋଲାଯାଉ । ମନ୍ଦିର ବନ୍ଦ ଯୋଗୁ ସେବାୟତ ଓ ପୂଜକ ହଇରାଣ ହେଉଛନ୍ତି । ଜୀବିକା ବାଧାପ୍ରାପ୍ତ ହେଉଛି ବୋଲି ସେ କହିଛନ୍ତି ।
ଏହା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ତାରା ବାହିନୀପତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ମନ୍ଦିର ଖୋଲିବା ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ସରକାର ତୁରନ୍ତ ନିଷ୍ପତି ନିଅନ୍ତୁ । କୋଭିଡ ସ୍ଥିତିରେ ମହାରାଷ୍ଟ୍ର ସମେତ ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଅଛି ସେଠାରେ ମନ୍ଦିର ଖୋଲାଯାଇଛି । ହେଲେ ଓଡିଶାରେ କାହିଁକି ମନ୍ଦିର ଖୋଲିନି ବୋଲି ସେ ପ୍ରଶ୍ନ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-260.jpg)