ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ: ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ମନ୍ଦିର ୨୪ ଘଣ୍ଟା ଭିତରେ ଖୋଲିବାକୁ ତାରାଙ୍କ ଦାବି

ଭୁବନେଶ୍ବର: ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ । ଆଜି ବିଧାନସଭାରେ ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ବିରୋଧୀ । ମନ୍ଦିର ଖୋଲିବା ନେଇ ହାତଯୋଡ଼ି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରାଜ୍ୟରେ ୨୪ ଘଣ୍ଟା ଭିତରେ ସବୁ ମନ୍ଦିର ଖୋଲାଯାଉ । ମନ୍ଦିର ବନ୍ଦ ଯୋଗୁ ସେବାୟତ ଓ ପୂଜକ ହଇରାଣ ହେଉଛନ୍ତି । ଜୀବିକା ବାଧାପ୍ରାପ୍ତ ହେଉଛି ବୋଲି ସେ କହିଛନ୍ତି ।

ଏହା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ତାରା ବାହିନୀପତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ମନ୍ଦିର ଖୋଲିବା ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ସରକାର ତୁରନ୍ତ ନିଷ୍ପତି ନିଅନ୍ତୁ ।  କୋଭିଡ ସ୍ଥିତିରେ ମହାରାଷ୍ଟ୍ର ସମେତ ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଅଛି ସେଠାରେ ମନ୍ଦିର ଖୋଲାଯାଇଛି । ହେଲେ ଓଡିଶାରେ କାହିଁକି ମନ୍ଦିର ଖୋଲିନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର