ରାୟଗଡ଼ା: ଦିନିକିଆ ରାୟଗଡ଼ଶ ଜିଲ୍ଳା ଗସ୍ତ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ। ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ଗରମ ତେଲ କଢ଼େଇରେ ପଡ଼ିବାରୁ ଗୁରୁତର ହୋଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସାଧୀନ ଅବସ୍ଥାରେ ଥିବା ଛାତ୍ରୀ ଦୀପାଂଜଳି ନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ଏବଂ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ଏହି ଘଟଣା ଦୁର୍ଭାଗ୍ୟଜନକ ନୁହେଁ ଏହା ମଣିଷକୃତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଜିଲ୍ଳାର ବିଭିନ୍ନ କଲେଜଗୁଡିକରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଅନୁଷ୍ଠାନଗୁଡିକର ଅଧ୍ୟକ୍ଷମାନଙ୍କୁ ନାଲି ଆଖି ଦେଖାଇ ବସ ଯୋଗେ ଉପସ୍ଥିତ କରାଇବା ସହ ପରୀକ୍ଷା ପାଖେଇ ଆସୁଥିବା ବେଳେ ସେମାନଙ୍କୁ ପାଠପଢାରୁ ବିରତି କରାଇବା ଏବଂ ସରକାରୀ ଖର୍ଚ୍ଚରେ ବିଭିନ୍ନ ବ୍ୟୟବହୁଳ କାର୍ଯ୍ୟକ୍ରମ କରାଇବା ଆଦୌ ଯୁକ୍ତି ସଂଗତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ ପୁଣି ଦୋହରାଇଥିଲେ।

Advertisment

ମୁଁ ଜଣେ ଟିକସଦାତା ହିସାବରେ ମୋର ମତ ଦେଉଛି। ସରକାର ଏଭଳି କାର୍ଯ୍ୟକ୍ରମରୁ ଦୂରତା ରହିବା ଦରକାର ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶ୍ରୀ ପଟ୍ଟନାୟକ।ଯଦି ଏଭଳି କାର୍ଯ୍ୟକ୍ରମରୁ ସରକାର ବିରତି ନ ରୁହନ୍ତି ତାହା ହେଲେ କଂଗ୍ରେସ ଦଳ ତରଫରୁ ସରକାରଙ୍କ ବିରୁଦ୍ଧରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଆମେ ତଦନ୍ତ କରିବାକୁ ଦାବି କରିବୁ ବୋଲି କହିଛନ୍ତି।

publive-image

ରାୟଗଡାରେ ଅନୁଷ୍ଠିତ ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ଚରମ ଅବ୍ୟବସ୍ଥା ହୋଇଥିବାରୁ ଏହା ଏକ ସାଧାରଣ ଘଟଣା ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ ଫେରିବା ପରେ ଶ୍ରୀ ପଟ୍ଟନାୟକ ଜିଲ୍ଳା କଂଗ୍ରେସର ନେତୃବୃନ୍ଦଙ୍କ ସହ ଦଳୀୟ ସଂଗଠନ ବିଷୟରେ ଆଲୋଚନା କରିବା ସହିତ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ଆହୁରି ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀ ପଟ୍ଟନାୟକଙ୍କ ଏହି ଗସ୍ତ ସମୟରେ ଓପିସିସି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଳା କମିଟି ଉପସଭାପତି ତଥା ମୁଖ୍ୟ ମୁଖପାତ୍ର ଶଙ୍କର୍ଷଣ ମଙ୍ଗରାଜ, ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା, ସଂପାଦକ ଶ୍ରୀ ବର୍ଦ୍ଧନ, ରାୟଗଡା ବିଧାୟକ ପ୍ରାର୍ଥୀ କାଡ୍ରକା ଆପଲାସ୍ୱାମୀ, ଆସଲମ୍ ଖାନ, ଭୂଷଣ ବିଡିକାଙ୍କ ସମେତ ବହୁ କଂଗ୍ରେସ ଦଳୀୟ କର୍ମକର୍ତାମାନେ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଗତ ୧୦ ତାରିଖ ଦିନ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ରାୟଗଡ଼ା ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀ ଦୀପାଲି ନାୟକ ଖାଇବାକୁ ଯାଉଥିବା ସମୟରେ ଠେଲାପେଲାରେ ତେଲ କଢ଼େଇରେ ପଡ଼ିଯାଇଥିଲେ। ସେ ଖାଇବା ପାଇଁ ଲାଇନରେ ଯାଉଥିବା ବେଳେ ଠେଲାପେଲାରେ ସେ ତେଲ କଢେଇ ଉପରେ ପଡିଯାଇଥିଲେ। ରୋଷେଇ ନିମନ୍ତେ ବ୍ୟବହାର ହୋଇଥିବା ତେଲ କଡ଼େଇରୁ ତେଲ ପଡ଼ି ଗୁଣୁପୁର ମହାବିଦ୍ୟାଳୟ ଯୁକ୍ତ ଦୁଇ କଳା ଛାତ୍ରୀ ମେନକା ଶବର ମଧ୍ୟ ଗୁରୁତର ଆହତ ହୋଇଥିଲେ। ସେ ମଧ୍ୟ ଖାଇବାକୁ ନପାଇ ଲାଇନରେ ଯିବା ସମୟରେ ଠେଲେପେଲାରେ ତାଂକ ଉପରେ ତେଲ ପଡି ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।