ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଉପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି। ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ବଲାଙ୍ଗୀର ଜିଲ୍ଲାର ତୁରେଇକେଲାରେ ମରୁଡ଼ିଜନିତ ଫସଲହାନି ଓ ଋଣଭାର ଯୋଗୁ ଚାଷୀ ଆତ୍ମହତ୍ୟା କରିଛନ୍ତି। କଂଗ୍ରେସର ଏକ ପ୍ରତିନିଧି ଦଳ ସେଠାରେ ପହଞ୍ଚି ରିପୋର୍ଟ ସଂଗ୍ରହ କରିଥିଲେ। କିନ୍ତୁ ଫିଲଡକୁ ନ ଯାଇ ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ଆହୁରି କହିଛନ୍ତି, ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସବୁଠି ବଳିଷ୍ଠ ପ୍ରମାଣ ହେଉଛି ତାଙ୍କ ସ୍ତ୍ରୀ। କିନ୍ତ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇନାହିଁ। ବିବୃତି ରଖିବା ବେଳେ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତି କରିଛନ୍ତି। ପାଟଣାଗଡ଼ରେ ଦ୍ଵିତୀୟ ଚାଷୀ ଆତ୍ମହତ୍ୟା କରିଥିବାବେଳେ ଗତକାଲି କେନ୍ଦ୍ରଡ଼ାରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମରୁଡ଼ି ଯୋଗୁ ଜଳ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଥିବାବେକେ ଗୃହ କମିଟି ଗଠନ କରି କେଉଁ କାରଣରୁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ସେ ବିଷୟରେ ତଦନ୍ତ କରାଯିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/narasingha-mishra1.jpg)