ରାୟଗଡ଼ା: ରାୟଗଡ଼ା ଠାରେ ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କର ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥା ଏବଂ ଅଘଟଣକୁ ନେଇ କଂଗ୍ରେସ ଓ ବିଜେପି ତରଫରୁ ଉଦବେଗ ପ୍ରକାଶ କରାଯାଇ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟି ଆୟୋଜକ ଏବଂ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଯୁବ ଛାତ୍ର କଂଗ୍ରେସ ତରଫରୁ ରାୟଗଡା ଥାନାରେ ଏତଲା ଦାୟର କରାଯାଇଛି।
ଏତଲାରେ ଦର୍ଶାଯାଇଛି ଯେ ଅଭିଭାବକମାନଙ୍କର ବିନା ଅନୁମତିରେ ଜିଲ୍ଲା ପ୍ରଶାସନ ଏଂ କଲେଜର କର୍ତ୍ତୃପକ୍ଷ ସେମାନଙ୍କୁ ବସ ଯୋଗେ ରାୟଗଡାରେ ହେଉଥିବା ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ କରିଥିଲେ। କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ହେବା ସହ ପିଲାଙ୍କୁ ଖାଇବାକୁ ନମିଳିବା ନିନ୍ଦନୀୟ। ରାୟଗଡ଼ା ମହିଳା ମହାବିଦ୍ୟାଳୟର ଦୀପାଞ୍ଜଳି ନାୟକ ତେଲ କଢେଇରେ ପଡି ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
/sambad/media/post_attachments/wp-content/uploads/2024/01/Rgda-congress-at-police-station-1.jpg)
ସେହିପରି ଗୁଣୁପୁର କଲେଜର ମେନେକା ଶବର ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଆୟୋଜକ ଭାବେ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଏବଂ ଯୁକ୍ତ ଦୁଇ ଓ ତିନି କଲେଜର ଅଧ୍ୟକ୍ଷମାନଙ୍କ ବିରୋଧରେ କ୍ରିମିନାଲ କେଶ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଯଦି ଝିଅର କୌଣସି ଅଘଟଣ ଘଟିଥିଲେ ନା ସରକାର ସେମାନଙ୍କ ପରିବାରକୁ ଝିଅ ଫେରାଇ ପାରନ୍ତ ନା ଜିଲ୍ଲା ପ୍ରଶାସନ ସେହି ଝିଅର ପରିବାରକୁ ଟଂକା ଦେଇ ଝିଅର ଜୀବନ ବଞ୍ଚାଇ ପାରନ୍ତା ବୋଲି କଂଗ୍ରେସ କହିଛି। ତେଣୁ ତୁରନ୍ତ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଥାନାରେଏତଲା ଦେବା ସମୟରେ ପିସିସିର ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା,ଜାତୀୟ କଂଗ୍ରେସ ଛାତ୍ର ସଂଘର ସଭାପତି ନିଖିଲ ପଟନାୟକ ସମେତ ସମସ୍ତ କର୍ମୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Rgda-congress-at-police-station-2.jpg)