ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି। ଏଠାରେ ଦଳ ନିଜର ଅମାନତ ବି ରଖିପାରିନାହିଁ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୪,୪୯୬ ଖଣ୍ଡ ଭୋଟ। ଗତ ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକ ମୋଟ୍ ୧୮, ୮୨୩ ଭୋଟ୍ ପାଇଥିଲେ। ଅର୍ଥାତ୍ ଗତ ଥର ଅପେକ୍ଷା ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ୧୪, ୩୨୭ଟି କମ୍ ଭୋଟ୍ ମିଳିଛି। ଏହାର ପ୍ରମୁଖ କାରଣ ଭିତରେ ଏହା ବି ହୋଇପାରେ ଯେ ଗତ ଥରର କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକ ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ଟିକେଟ ନ ପାଇ ବିଜେଡିରେ ଯୋଗ ଦେଇଥିଲେ।
କଂଗ୍ରେସର ପରାଜୟ ପରେ ବିଧାୟକ ତାରା ବାହିନୀପତି ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏକତା - ଅର୍ଥର ଅଭାବ ଯୋଗୁଁ ଆମେ ହାରିଲୁ। ଝାରସୁଗୁଡ଼ାରେ ଯେପରି ଖର୍ଚ୍ଚ ହେଉଥିଲା ଜିତିବା ଆମ ପାଇଁ ସମ୍ଭବ ନ ଥିଲା। ନବ ବାବୁ ବିଜେଡିକୁ ଗଲା ପରେ କଂଗ୍ରେସ କର୍ମୀ ବିଜେଡିକୁ ପଳେଇଲେ। ଏହି ଉପନିର୍ବାଚନରେ ଵି ଆମ ଭୋଟ ବିଜେଡିକୁ ପଳେଇଛି। ଟଙ୍କା ନ ଥିଲେ ୯ ବିଧାୟକ ଯାଇ କଣ କରିଥାନ୍ତେ?
ସୂଚନାଯୋଗ୍ୟ, ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/0b31c645-77a9-4236-8c12-47d5c99bf977.jpg)