ପରାଜୟର କାରଣ ସଂପର୍କରେ କଂଗ୍ରେସ ଭବନରେ ଚାଲିଛି ସମୀକ୍ଷା ବୈଠକ

ଭୁବନେଶ୍ବର: ଉଭୟ ଲୋକସଭା ଏବଂ ବିଧାନସଭାରେ କଂଗ୍ରେସର ଶୋଚନୀୟ ପରାଜୟର କାରଣ ସଂପର୍କରେ ଆଜି ଦଳ ପକ୍ଷରୁ ଆରମ୍ଭ ହୋଇଛି ମାନସ ମନ୍ଥନ । ଏଥିପାଇଁ କଂଗ୍ରେସ ଭବନରେ ସମୀକ୍ଷା ବୈଠକ ବସିଛି । ବୈଠକରେ ବିଜୟ ପ୍ରାର୍ଥୀ , ପରାଜିତ ପ୍ରାର୍ଥୀ, ପିସିସି କର୍ମକର୍ତ୍ତା, ଜିଲ୍ଲା ସଭାପତି ଓ ୨୧ ଜଣିଆ ତଥ୍ୟ ଅନୁସନ୍ଧାନକାରୀ କମିଟି ବୈଠକରେ ସାମିଲ ହୋଇଛନ୍ତି । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଅଧ୍ୟକ୍ଷତାରେ ବୈଠକ ଚାଲିଛି ।

ଆଗାମୀ ଦିନରେ କଂଗ୍ରେସ କେମିତି ସୁଦୃଢ ହେବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ।ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଚୟନ କରାଯିବ ।

ସୂଚନାଯୋଗ୍ୟ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ବଡ଼ ବଡ଼ ନେତାମାନେ ପରାଜିତ ହେବାସହ ପିସିସି ସଭାପତି ୨ଟି ଯାକ ଆସନରୁ ପରାଜିତ ହୋଇଛନ୍ତି । ମୋଟ୍ ୨୧ଟି ଲୋଭସଭା ଆସନରୁ କଂଗ୍ରେସ ହାତକୁ ମାତ୍ର ଗୋଟିଏ ଆସନ ଯାଇଛି । ଅନ୍ୟପଟେ ବିଧାନସଭାର ୧୪୬ ଟି ଆସନରୁ ୯ ଟି ଆସନ ଅକ୍ତିଆର କରିପାରିଛି ।

ସମ୍ବନ୍ଧିତ ଖବର