ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା

ଭୁବନେଶ୍ବର: ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଦିନକ ପୂର୍ବରୁ ଶ୍ବେତପତ୍ର ନ ଦିଆଯିବା ଅଭିଯୋଗ କରି ବାଚସ୍ପତି ଏହାକୁ ସ୍ବାଧିକାର ଭଙ୍ଗ କମିଟିକୁ ପଠାଇବା ପାଇଁ ବାଚସ୍ପତିଙ୍କ ପାଖରେ ସେ ଦାବି କଲେ। ଗୃହ ବିଭାଗର ଖର୍ଚ୍ଚ ଦାବି ୨୨ ତାରିଖରେ ଆଲୋଚନା ହେବାର କଥା। ମାତ୍ର ପରାମର୍ଶଦାତା ବୈଠକ ଡକାଇ ତାକୁ ୨୬ ତାରିଖକୁ ଘୁଞ୍ଚାଇ ଦିଆଗଲା । ଏହା ପଛରେ ବିଧାନସଭାରେ ଏକ ଚକ୍ରାନ୍ତ କରାଯାଇଥିବା ଅଭିଯୋଗ କରିଛନ୍ତି ସନ୍ତୋଷ ସିଂହ ସାଲୁଜା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଖରାପ ଥିବାରୁ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇପାରିବ ନାହିଁ ଏଭଳି ଚକ୍ରାନ୍ତ ହୋଇଥିଲା ବୋଲି ସେ କହିଛନ୍ତି।

ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଫେଇ ଦେଇ କହିଛନ୍ତି, ୨୨ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ସେଠି ମୁଖ୍ୟମନ୍ତ୍ରୀ ବ୍ୟସ୍ତ ରହିବେ, ଯେଉଁଥିପାଇଁ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାକୁ ଘୁଞ୍ଚା ଯାଇଥିଲା। ଏହା ପଛରେ କୌଣସି ଚକ୍ରାନ୍ତ ନ ଥିଲା ।

ସମ୍ବନ୍ଧିତ ଖବର