ଭୁବନେଶ୍ବର: ବିଧାନସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା କମ୍ ଥିଲେ ବି ଗତ ଅଧିବେଶନରେ ପ୍ରଦର୍ଶନ ବେଶ୍ ପ୍ରଭାବୀ ଥିଲା। ଏଥର ମଧ୍ୟ ତାହାକୁ ଦୋହରାଇବାକୁ ରଣନୀତି ପ୍ରସ୍ତୁତ ହୋଇଛି। ଆଜି ସନ୍ଧ୍ୟାରେ ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ବରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। କନ୍ଧମାଳରେ ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଏବଂ ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀଙ୍କୁ ହସ୍ତାନ୍ତର କରିବାକୁ ସରକାରୀ ଷଡ଼ଯନ୍ତ୍ର ବିରୋଧରେ ପ୍ରତିବାଦ ଜୋର୍ଦାର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ମୋଟ୍ ୧୧ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ତାଲିକାଭୁକ୍ତ କରାଯାଇଛି। ଏହା ମଧ୍ୟରେ ଅଛି ବଲାଙ୍ଗୀର ଓ ରାୟଗଡ଼ାରେ ଶିଶୁ ବିକ୍ରି, ନିଟ୍ ଓ ଆର୍ଆଇ ପରୀକ୍ଷାରେ ଅନିୟମିତତା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା,ବାତ୍ୟାରେ କ୍ଷୟକ୍ଷତି ଆକଳନରେ ଅନିୟମିତତା, ପେସା ଆଇନ ଓ ଆଦିବାସୀ ସମସ୍ୟା, ସର୍ବଶିକ୍ଷା ଅଭିଯାନରେ ନୂଆ ଆଇନ ବାଟକଣା, ବିଭିନ୍ନ ସ୍ଥାନରେ ଜମି ଅଧିଗ୍ରହଣରେ ଅନିୟମିତତା, ଉତ୍କଟ ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ଇତ୍ୟାଦି। ପ୍ରତିଟି ପ୍ରସଙ୍ଗରେ ସରକାରଙ୍କୁ ଠାରୁ ଜବାବ ମଗାଯିବ ବୋଲି ଶ୍ରୀ କାଡ଼ାମ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/26/YGiUz2L2E1Xtke28xaVQ.jpg)