ନବଙ୍କ ଲୁଚକାଳି ଖେଳ ଶେଷ : କଂଗ୍ରେସରୁ ଇସ୍ତଫା ଦେଲେ,ବିଜେଡିକୁ ଯିବେ

ଲୋକଙ୍କ ମତ ବୋଲି କହି ପାର, ୨୪ରେ ମିଶ୍ରଣ, କଂଗ୍ରେସ କହିଲା, ବିଶୃଙ୍ଖଳା ପାଇଁ ବହିଷ୍କାର

ଭୁବନେଶ୍ବର : କିଛି ଦିନ ପୂର୍ବରୁ ଝାରସୁଗୁଡାର ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ। ଶ୍ରୀ ପଟ୍ଟନାୟକଙ୍କ ସହିତ ନବଙ୍କ ପରିବାର ଫଟୋ ବି ଭାଇରାଲ୍ ହୋଇଥିଲା। ବିଜେଡି ମିଶିବା ନେଇ ଚର୍ଚ୍ଚା ହେବା ପରେ ସ୍ପଷ୍ଟୀକରଣ ଦେଇ ନବ ସଫେଇ ଦେଇଥିଲେ ଯେ ଏସବୁ ତୁଚ୍ଛା ଗପ।

ଏମିତି ଲୁଚକାଳି ଖେଳ ଖେଳିବା ପରେ ଶେଷରେ ନବ ଆଜି ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଓ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ନିଜ ଇସ୍ତଫା ପତ୍ରରେ ନବ ଦର୍ଶାଇଛନ୍ତି, “ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମୋର କିଛି ଅଭିଯୋଗ ନାହିଁ।

ନିରଞ୍ଜନଙ୍କ ସହିତ ମୋର ଭଲ ସଂପର୍କ ରହିଛି” ହେଲେ “ମୋ ଅଞ୍ଚଳର ଲୋକେ ଚାହୁଁଛନ୍ତି ମୁଁ ୨୦୧୯ ନିର୍ବାଚନ ବିଜେଡିରୁ ଲଢ଼େ। କାରଣ ସେମାନେ ଅଞ୍ଚଳର ବିକାଶ ଚାହୁଁଛନ୍ତି। ମୋ ଲୋକଙ୍କ ମୂଲ୍ୟବାନ ପରାମର୍ଶ ସଂପର୍କରେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ୨୪ ତାରିଖରେ ଜଣାଇବି, ଯେତେବେଳେ ସେ ଝାରସୁଗୁଡ଼ା ଗସ୍ତରେ ଆସିବେ।”

କେବଳ ସେତିକି ନୁହେଁ, ଇସ୍ତଫା ପାଇଁ ନବ କ୍ଷମାପ୍ରାର୍ଥନା କରିଛନ୍ତି ଓ ବିକାଶ ପାଇଁ ବିଜେଡିରେ ଯୋଗଦେବା ଉଚିତ୍ ହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଖୁବ ଶୀଘ୍ର ସେ ବିଧାୟକ ପଦରୁ ବି ଇସ୍ତଫା ଦେବେ।

ନବଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିବା ବେଳେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗତକାଲି ନବ ଦାସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଉତ୍ତର ଦେବା ପାଇଁ ୩୬ ଘଣ୍ଟା ସମୟ ଦିଆଯାଇଥିଲା। ଆଜି ପୂର୍ବାହ୍ନରେ ତାଙ୍କୁ ବହିଷ୍କାର କରିବା ପାଇଁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଆସିଥିଲା। ତାହା ପରେ ତାଙ୍କ ବହିଷ୍କାର ଆଦେଶ ଜା‌ରି ହେଲା। ନବ ଦାସଙ୍କ ଇସ୍ତଫାପତ୍ର ଆମ ପାଖରେ ଏ ପର୍ଯ୍ୟନ୍ତ ପହଞ୍ଚି ନାହିଁ।

ପିସିସି ସଭାପତି କହିଛନ୍ତି, ଛତିଶଗଡ଼ରେ ନିର୍ବାଚନର କିଛି ମାସ ଆଗରୁ କଂଗ୍ରେସର ଜଣେ କାର୍ଯ୍ୟକାରୀ ସଭାପତି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହି ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ ଲଢ଼ି ତୃତୀୟ ସ୍ଥାନରେ ରହିଲେ। ତେଣୁ ନବ ଗଲା ପରେ କଂଗ୍ରେସ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଦଳ ବଦଳାଇବା ଏକ ଆଦର୍ଶବିହୀନ ରାଜନୀତି। ଆଦର୍ଶ ନ ଥିବା ଲୋକ ଦଳରେ ରହିବେ କାହିଁକି ? ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ବିଜେଡି ଦିନକୁ ଦିନ ଦୁର୍ବଳ ହୋଇଯାଉଛି। ତେଣୁ ଏମିତି ଅନ୍ୟ ଦଳର ନେତାଙ୍କୁ ନେଇ ସବଳ ହେବାକୁ ଚେଷ୍ଟା କରୁଛି। କଂଗ୍ରେସ ଦୃଢ଼ ଅଛି ଓ ଆଗକୁ ରହିବ ମଧ୍ୟ।

ଏବେ ପ୍ରଶ୍ନ ଉଠୁଛି, ନବଙ୍କ ଇସ୍ତଫା ଆଗ ନା ବହିଷ୍କାର। ଏହାକୁ ନେଇ ରାଜ୍ୟ ରାଜନୀତିରେ ବି ଚର୍ଚ୍ଚା େଜାର ଧରିଛି। ଦଳ କାର୍ଯ୍ୟାନୁଷ୍ଠାନ େନଉଥିବା ଜାଣି ନବ ଏଭଳି ପଦକ୍ଷେପ ନେଲେ କି?

କୌତୂହଳର କଥା େହଲା, କଂଗ୍ରେସ ବିଧାୟକ େଯାଗେଶ ସିଂହ ମଧ୍ୟ ନବଙ୍କ ରାସ୍ତା ଅନୁକରଣ କରୁଥିବା ସଂପର୍କରେ ଠାରିଛନ୍ତି। େଯାଗେଶ ଆଜି ଗଣମାଧ୍ୟମକୁ କହିଛନ୍ତି, ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବା କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ସେ ସାମିଲ ହେବେ ନାହିଁ। ସେଦିନ ତାଙ୍କ ନିର୍ବାଚନମଣ୍ଡଳୀରେ ଅନ୍ୟ କାର୍ଯ୍ୟକ୍ରମ ଥିବାରୁ ଆସିପାରିବେ ନାହିଁ। ଯୋଗେଶ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ଏବେ କିଛି ଦିନ ହେଲା ଚୂଡ଼ାନ୍ତ ହୋଇଛି। କିନ୍ତୁ ଏହା ପୂର୍ବରୁ ଅନେକ କାର୍ଯ୍ୟକ୍ରମ ମୁଁ ଗ୍ରାମାଞ୍ଚଳରେ ଦେଇଛି। ଯେହେତୁ ଏବେ ନିର୍ବାଚନ ସମୟ, ସେଥିପାଇଁ ମୁଁ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବି ନାହିଁ। ପ୍ରଥମେ ମୋର ହାଇକମାଣ୍ଡ ହେଲେ ଜନସାଧାରଣ ଯିଏ ମୋତେ ଭୋଟ ଦେଇ ଜିତାଇଛନ୍ତି। ଏହାପରେ ପାର୍ଟି ହାଇକମାଣ୍ଡ। ମୁଁ ଆଗୁଆ କାର୍ଯ୍ୟକ୍ରମମାନ ଲୋକଙ୍କୁ ଦେଇ ସାରିଛି। ପ୍ରଥମେ ମାଟି ତାପରେ ପାର୍ଟି ବୋଲି ଯୋଗେଶ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଯୋଗେଶ ଆହୁରି କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ବିିଚକ୍ଷଣ ରାଜନେତା। ତାଙ୍କର ଏହି ଦକ୍ଷତା ଥିବାରୁ ଆଜିଯାଏଁ ୧୮ ବର୍ଷ ହେଲା ଶାସନ କରି ଚାଲିଛନ୍ତି। ନବୀନ ପଟ୍ଟନାୟକଙ୍କୁ ଲୋକେ ପସନ୍ଦ କରୁଛନ୍ତି। ଲୋକେ ଯଦି ପସନ୍ଦ ନ କରୁଥାନ୍ତି ତାହାହେଲେ ସେ ଜିତୁଛନ୍ତି କେମିତି? ମୁଁ ଏବେ କଂଗ୍ରେସ ଦଳରେ ଅଛି ଲୋକଙ୍କ ମତ ମୋ ପାଇଁ ସବୁଠାରୁ ବଡ଼। ତାଙ୍କ ପାଇଁ ଆମେ ବିଧାୟକ ହୋଇଛୁ। ଏଣୁ ତାଙ୍କ ମତ ହିଁ ମୋ ପାଇଁ ଜରୁରୀ।

େଯାଗେଶ େଖାଲାେଖାଲି ନ କହିଲେ ବି ତାଙ୍କ ଭାଷାରୁ ଏକଥା ପଢିେହଉଛି େଯ ସେ ଆଉ କଂଗ୍ରେସ ସହିତ ରହିବେ ନାହିଁ। ଅନ୍ୟଥା କଂଗ୍ରେସ ଭଳି ଦଳରେ ହାଇକମାଣ୍ଡଙ୍କ ସଂପର୍କରେ ଏମିତି ମନ୍ତବ୍ୟ ଦେବା ସମ୍ଭବ େହାଇନଥାନ୍ତା। ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ େଖାଲା ସମାଲୋଚନା କରୁଥିବା ବେଳେ େଯାଗେଶଙ୍କ ପ୍ରଶଂସା ତାଙ୍କର ବିେଜଡି େଯାଗଦାନ ସଂପର୍କିତ ଚର୍ଚ୍ଚାକୁ ଯଥେଷ୍ଟ ବଳ େଯାଗାଇଛି।

ତେବେ ତଳସରା ବିଧାୟକ ପ୍ରଫୁଲ୍ଲ ମାଝୀ କିନ୍ତୁ ୨୦୧୯ ନିର୍ବାଚନ କଂଗ୍ରେସରୁ ଲଢିବେ ଏବଂ କୌଣସି ପରିସ୍ଥିତିରେ ତାଙ୍କୁ ତିନି ତିନି ଥର ନିର୍ବାଚିତ କରିଥିବା େଭାଟର ଓ କଂଗ୍ରେସ କର୍ମୀଙ୍କୁ େଧାକା ଦେବେ ନାହିଁ େବାଲି କହିଛନ୍ତି।

ନିର୍ବାଚନରେ କିଏ କାହାକୁ ମାତ େଦବ, େସ େନଇ ଶୀର୍ଷସ୍ତରରେ ମାନସମନ୍ଥନ ଚାଲିଥିବା ବେଳେ ଦଳୀୟ େନତାଙ୍କ ଏଭଳି ଆଚରଣ ଓ ଉଚ୍ଚାରଣ, ସ୍ବାଭାବିକ ଭାବେ କଂଗ୍ରେସ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିବ, ଏକଥାକୁ ଏଡାଇ ଦେଇ ହେଉନାହିଁ। ଏସବୁ ଆସନରେ ଦଳବଦଳ କରିବାକୁ ଥିବା େନତା ଜିତିବେ କି ହାରିବେ ତାହା େଯତିକି ଗୁରୁତ୍ବ ବହନ କରୁନି, କଂଗ୍ରେସ ଦୁର୍ବଳ େହଉଥିବା େନଇ ଏକ ଭୁଲ ବାର୍ତା ଯାଉଛି।

ବିଧାନସଭାରେ ସରକାରଙ୍କୁ େଖାଲା ସମାଲୋଚନା କରୁଥିବା ନବଙ୍କ ବିେଜଡି େଯାଗଦାନ ରାଜନୈତିକ ମହଲକୁ ବି ବିସ୍ମିତ କରୁଛି। କାରଣ ଗତଥର କଂଗ୍ରେସ ଛାଡି ବିେଜଡିକୁ ଡେଇଁଥିବା ବିେରାଧୀ ଦଳ େନତା ଭୂପିନ୍ଦର ସିଂହ ନିର୍ବାଚନ ସାମ୍ନା କରିନଥିଲେ। ହେଲେ ତତ୍କାଳୀନ ବ୍ରଜରାଜନଗର ବିଧାୟକ ଅନୁପ ସାଏ ବିେଜଡିକୁ ଆସିବା ପରେ ବି ପରାଜୟ ମୁହଁ େଦଖିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ନବଙ୍କ ପାଇଁ ଏହି ନିର୍ବାଚନ ଅଗ୍ନି ପରୀକ୍ଷା େହବ େବାଲି ରାଜନୈତିକ ମହଲ ପୂର୍ବାନୁମାନ କରୁଛନ୍ତି।

ଉଲ୍ଲେଖଥାଉକି, କିଛି ଦିନ ତଳେ ବିେଜଡି େଯାଗଦାନ ଚର୍ଚ୍ଚାକୁ ଖଣ୍ଡନ କରିବାକୁ ଯାଇ ନବ ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟୀକରଣ ରଖିଥିଲେ। କହିଥିଲେ ‘ମୁଁ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେବା େନଇ ଅପପ୍ରଚାର କରାଯାଉଛି। ମୁଁ ମୋର ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ ଅଛି । କଂଗ୍ରେସ ଦଳର ଉତଥାନ ଓ ପତନ, ଦଳର ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ। ଦଳ ତରଫରୁ ମୋତେ ଯେଉଁ ଦାୟିତ୍ୱ ମିଳିଛି ତାହା ନିଷ୍ଠାର ସହ ତୁଲାଉଛି ଏବଂ ଆଗକୁ ମଧ୍ୟ କାର୍ଯ୍ୟ କରିବି । ତେଣୁ ମୋର କଂଗ୍ରେସ ଦଳ ଛାଡ଼ି ଅନ୍ୟ ଦଳ ଯିବା ପ୍ରଶ୍ନ ଉଠୁନାହିଁ ।’

ସମ୍ବନ୍ଧିତ ଖବର