ଭୁବନେଶ୍ବର: ସୋମବାରଠାରୁ ବିଧାନସଭା ଅଧିବେସନ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏପର୍ୟ୍ୟନ୍ତ କଂଗ୍ରେସ ବିଧାୟକ ଦଳର ନେତା କିଏ ହେବେ ତାହା ସ୍ଥିର ହୋଇପାରିନାହିଁ।

Advertisment

ଏହି ଦୌଡ଼ରେ ତାରା ପ୍ରସାଦ ବାହିନୀପତି ଆଗରେ ଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ ସେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବେ ।

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ। ଏହାପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ। ବଜେଟ ଅଧିବେଶନକୁ ସୁରୁଖୁରରେ ପରିଚାଳନା ଲାଗି ବାଚସ୍ପତି ବିରୋଧୀଦଳଙ୍କ ସହଯୋଗ ଲୋଡିବେ । ଏହି ବୈଠକ ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ ନିଯୁକ୍ତ ହେବେ ।

ସେହିପରି ୨୩ ତାରିଖରେ ଉପବାଚସ୍ପତି ଲାଗି ନାମାଙ୍କନ ପତ୍ର ଦାଖଲ ହେବ । ସେହିଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ କରାଯିବ । ୨୪ରେ ଫଳାଫଳ ଘୋଷଣା ହେବ । ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ତାଙ୍କର ପ୍ରଥମ ବଜେଟ ଉପସ୍ଥାପନ କରିବେ । ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବାରୁ ମୁଖ୍ୟମନ୍ତ୍ରୀ ନିଜେ ବଜେଟ ଉପସ୍ଥାପନ କରିବେ ।