ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଗୁମର ଖୋଲିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା: ନେତା, ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡଲ ଲୁଚାଉଛି ପୁଲିସ

ଭୁବନେଶ୍ବର: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଗୁମର ଖୋଲିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାଙ୍ଘାତିକ ଅଭିଯୋଗ ଆଣି କହିଛନ୍ତି,ଗତ ସେପ୍ଟେମ୍ବର ୨୦ ତାରିଖରେ ଗୋବିନ୍ଦ ସାହୁ ମମିତାଙ୍କୁ ରାୟପୁର ନେଇଥିଲେ। ସେଠାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋବିନ୍ଦ ଓ ମମିତାଙ୍କ ଭିତରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଲ ହୋମ ଆପାର୍ଟମେଣ୍ଟରେ ଏହି ବୁଝାମଣା କରିବାକୁ ଚେଷ୍ଟା କରଯାଇଥିଲା।

united news of india

ସେଠୁ ମମିତା ସେପ୍ଟେମ୍ବର ୨୩ ତାରିଖରେ ରାୟପୁରରୁ ଫେରି କଣ୍ଟାବାଞ୍ଜି ଯାଇଥିଲେ। ଏଣେ ବୁଝାମଣା ନ ହୋଇପାରିବାରୁ ୭ ତାରିଖରେ ମମିତାଙ୍କ ଆକାଉଣ୍ଟରେ (SBI3533543398) ୮ ହଜାର ଟଙ୍କା ଡିପୋଜିଟ୍ କରାଯାଇଥିଲା। ଏହାପରେ ମମିତାଙ୍କୁ ଗୋବିନ୍ଦ ଡକାଇଥିଲେ ଓ ୮ ତାରିଖରେ ଅତି ନିର୍ମମ ଭାବେ ମାରି ଦେଇଥିଲେ। ଡେଲି କଲ ରେଜିଷ୍ଟର ଯାଞ୍ଚ କଲେ, ଏ ତିନି ଜଣ ଗୋଟିଏ ସ୍ଥାନରେ ଥିଲେ କି ନାହିଁ, ତାହା ଜଣା ପଡ଼ିବ, ମାତ୍ର ପୁଲିସ ସେ ଦିଗ ପ୍ରତି ଧ୍ୟାନ ଦେଇନାହିଁ।
ରାୟପୁରରେ ଥିବା ସମୟର କଲ ରେଜିଷ୍ଟର ସାମ୍ନାକୁ ଆଣାଯିବାକୁ ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା।

ସେ ଅଭିଯୋଗ କରିଛନ୍ତି, ପେନଡ୍ରାଇଭ ଓ ଲାପଟପ ମିଳିଛି, ମାତ୍ର ତାହାର ଖୁଲାସା କରୁ ନାହିଁ ପୁଲିସ। ଏହି ପେନଡ୍ରାଇଭ ଓ ଲାପଟପରେ ଅନେକ ନେତା ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡଲ ରହିଛି। ତେଣୁ ପୁଲିସ ଏହାକୁ ଲୁଚାଉଛି। ସୂଚନାଯୋଗ୍ୟ, ପୂର୍ବରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବି ଏଭଳି ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର