ଭୁବନେଶ୍ବର: ବିଧାନସଭାର ଶୁନ୍ୟକାଳରେ ଉଠିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଲାଗି ରହିଥିବା ବିବାଦ ପ୍ରସଙ୍ଗ। ଶୁନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ସେ କହିଛନ୍ତି,  ମେଘନାଦ ପ୍ରାଚୀର ନିକଟରେ ବଡ଼ ବଡ଼ ଗର୍ତ୍ତ ଖୋଳାଯାଇଛି। ଏହି ଗାତ ଖୋଳିବା ଦ୍ୱାରା ମନ୍ଦିର ଭୁଶୁଡ଼ି ପଡ଼ିବ ଓ ପାଚେରୀ ଗଳି ପଡ଼ିବ।

Advertisment

ମନ୍ଦିର ଚତୁଃପାର୍ଶ୍ଵର ବିକାଶ କେମିତି ହେବ ସେନେଇ ପ୍ରତ୍ନତାତ୍ତ୍ୱିକ ବିଭାଗ ଏବଂ ସରକାର ଆଲୋଚନା କରନ୍ତୁ। ଏକ ଉଚ୍ଚସ୍ତରୀୟ କମିଟି ଗଠନ କରଯାଉ। ଗଜପତି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଏଥିରେ ରଖାଯାଉ। ମନ୍ଦିର କିପରି ମଜବୁତ୍ ରହିବ ସେଥିପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉ। ଗର୍ତ୍ତ ଖୋଳାକୁ ତୁରନ୍ତ ବନ୍ଦ କରାଯାଇ ତାକୁ ପୋତା ଯାଉ।