କଂଗ୍ରେସର ଭରସା ନୂଆମୁହଁ

୭ ଲୋକସଭା, ୨୦ ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା, ବାଲେଶ୍ବରରୁ ନବଜ୍ୟୋତି, ପୁରୀରୁ ସତ୍ୟପ୍ରକାଶ ଲଢ଼ିବେ

ଭୁବନେଶ୍ବର/ନୂଆଦିଲ୍ଲୀ : ୨୦୧୪ ନିର୍ବାଚନରେ ଟିକେଟ ପାଇଥିବା କିଛି ନେତା ଇତିମଧ୍ୟରେ ବିଜେପିେର ଯୋଗ ଦେଇଛନ୍ତି, ଆଉ କିଛି ବିେଜଡିରେ। ଦଳର ବରିଷ୍ଠ େନତା ଶ୍ରୀକାନ୍ତ େଜନାଙ୍କୁ ବହିଷ୍କାର କରିଛନ୍ତି କେଂଗ୍ରସ େନତୃତ୍ବ। ଏଣୁ ୨୦୧୯ ନିର୍ବାଚନ ଲାଗି ଶୁକ୍ରବାର ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକା ରାଜ୍ୟ କଂଗ୍ରେସ ନିର୍ବାଚନ ରାଜନୀତି ପାଇଁ ଅନେକ ମହତ୍ତ୍ବ ରଖୁଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ୭ େଲାକସଭା ଓ ୨୦ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା େଘାଷଣା କରିଛନ୍ତି।

ଉଲ୍ଲେଖନୀୟ କଥା େହଲା, ଶ୍ରୀକାନ୍ତଙ୍କ ଅନୁପସ୍ଥିତିରେ ଆଉ କେହି ନୁେହଁ, େଖାଦ୍ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ବର ରାଜନୀତିର ମଙ୍ଗ ଧରିଛନ୍ତି। ସେ ବାଲେଶ୍ବର େଲାକସଭା ଆସନରୁ ଲଢ଼ିବେ। ସେହିଭଳି ଭଦ୍ରକ ଲୋକସଭା ଆସନରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ବଦଳରେ କେଂଗ୍ରସର ବରିଷ୍ଠ େନତା ଅନନ୍ତ େସଠୀଙ୍କ ଝିଅ ମଧୁସ୍ମିତା ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। ସେପଟେ େଢଙ୍କାନାଳରୁ ଦଳର ବରିଷ୍ଠ େନତା ତଥା ପୂର୍ବତନ େକନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପୁରୀ େଲାକସଭା ଆସନରେ ଅନ୍ୟ ଦୁଇ ଦଳ ଅର୍ଥାତ୍ ବିେଜପି ଓ ବିେଜଡି ମୁଖପାତ୍ରଙ୍କୁ ଚ୍ୟାଲେଞ୍ଜ େଦବା ଲାଗି କଂଗ୍ରେସ ବି ଦଳର ରାଜ୍ୟର ଗଣମାଧ୍ୟମ ବାପ୍ୟାରର ମୁଖ୍ୟ ସତ୍ୟ ପ୍ରକାଶ ନାୟକଙ୍କୁ ଲାଢ଼ାଇଛି। ଗତଥର ପୂର୍ବତନ ସାଂସଦ ବ୍ରଜମୋହନ ମହାନ୍ତିଙ୍କ ଝିଅ ସୁଚରିତା ମହାନ୍ତି ଏଠାରୁ ପ୍ରାର୍ଥୀ େହାଇଥିଲେ।

ସେହିଭଳି ଗୁରୁତ୍ବପୂର୍ଣ୍ଣ େକନ୍ଦ୍ରାପଡା ଆସନରେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଏଥର ବି ପ୍ରାର୍ଥୀ େହାଇଛନ୍ତି। ହେଲେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କୁ ଦଳ ଜଗତସିଂହପୁର େଲାକସଭା ବଦଳରେ ତିେର୍ତାଲ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଜଗତସିଂହପୁର େଲାକସଭା ଆସନ ଲାଗି ପ୍ରତିମା ମଲ୍ଲିକ ଦଳର ପ୍ରାର୍ଥୀ େହାଇଛନ୍ତି। କେନ୍ଦୁଝର ଲୋକସଭା ଆସନରୁ ଫକୀର ମୋହନ ନାୟକ ଏଥର କଂଗ୍ରେସରୁ ଲଢିବେ।

ଏଥିସହିତ ଦଳ ୧୫ େଲାକସଭା ଆସନ ଲାଗି ପ୍ରାର୍ଥୀ େଘାଷଣା କରିସାରିଲେଣି। ସେହିଭଳି ଆଜିର ୨୦ ବିଧାୟକ ପ୍ରାର୍ଥୀଙ୍କୁ ମିଶାଇ େମାଟ ୧୧୧ ଆସନ ଲାଗି କେଂଗ୍ରସ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରାୟ ୮୦ ଜଣ ନୂଆ ମୁହଁ।

ଆଜି େଘାଷଣା େହାଇଥିବା ତାଲିକା ମଧ୍ୟରେ ତେଲକୋଇରୁ ମୋହନ ହେମ୍ବ୍ରମ୍‌, ପାଟଣାରୁ ଗୋପେଶ୍ବର ନାୟକ, ଯଶୀପୁରରୁ ମହେନ୍ଦ୍ର ନାୟକ, ଉଦଳାରୁ ବେଣୁଧର ମହାପାତ୍ର, ବାରିପଦାରୁ ଦଶରଥ ସିଂହ, ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବିନୟ ନାୟକ, ରେମୁଣାରୁ ପ୍ରତାପ ସେଠୀ, ବାସୁଦେବପୁରରୁ ଅଶୋକ କୁମାର ଦାସଙ୍କ ନାମ ରହିଛି।

ସେହିଭଳି ଧାମନଗରରୁ ବିଦ୍ୟାଧର ଜେନା, ବିଂଝାରପୁରରୁ ମନୋରଞ୍ଜନ ଦାସ, ବରୀରୁ ଉମେଶ ‌ଜେନା, ସୁକିନ୍ଦାରୁ ଶରତ ରାଉତ, ପରଜଙ୍ଗରୁ ଯଶସ୍ବିନୀ ରାଉତ, ନିଆଳିରୁ ମମତା ଭୋଇ, ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ, ପାଟକୁରାରୁ ଜୟନ୍ତ ମହାନ୍ତି, ପୁରୀରୁ ଅରୋ ପ୍ରସାଦ ମିଶ୍ର, ତିର୍ତ୍ତୋଲରୁ ବିଭୂପ୍ରସାଦ ତରାଇ, ନୟାଗଡ଼ରେ ମନୋଜ କୁମାର ସାହୁଙ୍କୁ ପ୍ରାର୍ଥୀ କରାଯାଇଛି।

ସମ୍ବନ୍ଧିତ ଖବର