ରାୟଗଡ଼ା: ରାୟଗଡ଼ା ସଦର ମହକୁମାସ୍ଥିତ ଟାଉନ୍ ହଲ୍ ଠାରେ କୋରାପୁଟ ସଂସଦୀୟ କ୍ଷେତ୍ରର ନବ ନିର୍ବାଚିତ ଯୁବ କଂଗ୍ରେସ ପଦାଅଧିକାରୀକୁ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା।

Advertisment

ପୂର୍ବତନ ରାୟଗଡ଼ା ବିଧାନସଭା ଯୁବ କଂଗ୍ରେସ ଅଶୋକ ପୁଆଲା, ରାୟଗଡ଼ା ଜିଲ୍ଲା ପୂର୍ବତନ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ସୟଦ୍ ଜୈନୁଲ୍ ହକ୍, ରାୟଗଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋହନ ନାୟକ, କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନ୍ଦୀପ ସାମନ୍ତରାୟ, ଜୟପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ଏ.ରାମେଶ, ପଟାଙ୍ଗି ବିଧାନସଭା ଯୁବ କଂଗ୍ରେସ ସଭାପତି ଜଗଦୀଶ ବାଘ୍, ଗୁଣପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ଅବିନାଶ ଗୋମାଙ୍ଗ, ରାୟଗଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଜୋସେଫ ଖୋସଲା, ବିଷମକଟକ ବିଧାନସଭା ଯୁବ କଂଗ୍ରେସ ସଭାପତି ବଳଦେବ ଶତପଥିଙ୍କୁ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିବା ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗୋମାଙ୍ଗ, ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ପଣ୍ଡା, ରାୟଗଡ଼ା ବରିଷ୍ଠ ନେତା ଆପାଲୁସ୍ୟାମୀ କାଡ଼୍ରାକା, ବିଷମ କଟକର ବରିଷ୍ଠ ନେତା ନୀଳମାଧମ ଉଲାକା ସମେତ କଂଗ୍ରେସ ନେତା, କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହି ସଭାକୁ ପୂର୍ବତନ ଯୁବ କଂଗ୍ରେସ ଲୋକସଭା ସଭାପତି ଭବାନୀ ଶଙ୍କର ଜେନା, ପୂର୍ବତନ ରାୟଗଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଦୀପ କୁମାର ସାହୁ ଏବଂ ପୂର୍ବତନ ଲକ୍ଷ୍ମୀପୁର ବିଧାୟକଙ୍କ ପ୍ରତିନିଧି ପାପୁ ମାଝୀ ପରିଚାଳନା କରିଥିଲେ।