ତିତଲି ପାଇଁ କଂଗ୍ରେସ ଖୋଲିଲା ଜରୁରୀକାଳୀନ ସେବା ପ୍ରକୋଷ୍ଠ

ଭୁବନେଶ୍ବର : ବାତ୍ୟା ତିତଲିିକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା ପ୍ରକୋଷ୍ଠ ଖୋଲାଯାଇଛି। ଆଜିଠାରୁ ଏହା ଆଗାମୀ ୭ ଦିନ ପାଇଁ ଖୋଲା ରହିବ।

ଆଜି ଏ ନେଇ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବାତ୍ୟା ତିତଲି ଦ୍ବାରା ପ୍ରଭାବିତ ଜନସାଧାରଣ ଏହି ଜରୁରୀକାଳୀନ ସେବା ପ୍ରକୋଷ୍ଠର ଦାୟିତ୍ବରେ ଥିବା ସଂଯୋଜକମାନଙ୍କୁ ମୋବାଇଲ୍‌ ନମ୍ବର ଯୋଗେ ସେମାନଙ୍କର ଆପତ୍ତି, ଅଭିଯୋଗ ଓ ବହୁମୂଲ୍ୟ ପରାମର୍ଶ ଦେଇପାରିବେ। ସେହି ପରାମର୍ଶ, ଆପତ୍ତି, ଅଭିଯୋଗ ଆଧାରରେ କଂଗ୍ରେସ ଦଳ ସମସ୍ୟାର ନିରାକରଣ ନିମନ୍ତେ ଯଥାସମ୍ଭବ ସହଯୋଗ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତିି। ପିସିସି ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ସେବା ପ୍ରକୋଷ୍ଠର ସଂଯୋଜକ ଏବଂ ସଂପାଦକ ପଦ୍ମାକର ଗୁରୁ, ରସିକ ପଟ୍ଟନାୟକ ଓ କଂଗ୍ରେସ ନେତା ରବିନ୍ଦ୍ର ଆଚାର୍ଯ୍ୟ, ଅଲେଖ ସାମଲ, ମାନସ ଆଚାର୍ଯ୍ୟ ଓ ଲିଙ୍ଗରାଜ ସ‌ାହୁଙ୍କୁ ସହ ସଂଯୋଜକ ଦାୟିତ୍ବ ଦିଆଯାଇଛି। ଏହି ପ୍ରକୋଷ୍ଠକୁ ମୋବାଇଲ୍‌ ନମ୍ବର ୭୬୦୯୮୫୨୧୩୧, ୮୮୯୫୨୦୩୦୦୧, ୯୮୬୧୦୧୧୯୬୨ ଯୋଗେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର