ଭୁବନେଶ୍ବର: ପହଲଗାମରେ ଆତଙ୍କବାଦୀ ୨୬ଜଣ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା ପରେ ଭାରତୀୟ ସେନା ଅପରେସନ୍ ‘ସିନ୍ଦୂର’ ଜରିଆରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଆକ୍ରମଣ କରିଥିଲା। ଦେଶର ସୈନ୍ୟବାହିନୀଙ୍କ ଏହି ପରାକ୍ରମର ସମ୍ମାନରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ‘ଜୟ ହିନ୍ଦ’ ସଭା ଅନୁଷ୍ଠିତ ହୋଇଛି।
କଂଗ୍ରେସ ଭବନ ସମ୍ମୁଖରେ ଅନୁଷ୍ଠିତ ଏହି ସଭାରେ ବୀର ଯବାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଂସଦ ଦିପେନ୍ଦର ସିଂ ହୁଡ୍ଡା ଯୋଗଦେଇ କହିଲେ, ଦେଶର ସୈନିକଙ୍କ ତ୍ୟାଗ ଓ ବଳିଦାନକୁ ଏ ଦେଶ କେବେ ହେଲେ ବ୍ୟର୍ଥ ହେବାକୁ ଦେବ ନାହିଁ। ସେନାର ପରାକ୍ରମ ଓ ବଳିଦାନକୁ ନେଇ ନରେନ୍ଦ୍ର ମୋଦୀ, ବିଜେପି ଦଳ ରାଜନୀତି କରୁଛି। କଂଗ୍ରେସ ଦଳ ସଂସଦରେ ଏକ ଜରୁରିକାଳୀନ ଅଧିବେଶନ ଡାକିବା ପାଇଁ ସରକାରଙ୍କୁ ବାରମ୍ବାର ଦାବି କରୁଛି। ମାତ୍ର ମୋଦୀ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ୧୯୯୪ ମସିହାରେ ପିଭି ନରସିଂହ ରାଓଙ୍କ ସରକାର ସମୟରେ ପିଓକେକୁ ଫେରାଇ ଆଣିବା ପାଇଁ ସଂସଦରେ ନିଷ୍ପତ୍ତି ହୋଇଥିଲା। ସଂସଦର ଅଧିବେଶନରେ ଏହି ନିଷ୍ପତ୍ତିକୁ ପୂର୍ନବାର ଦୋହରାଇବା ପାଇଁ କଂଗ୍ରେସ ଚାହୁଁଛି ବୋଲି ସେ କହିଥିଲେ।
ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ, ପ୍ରଚାରଜୀବୀ ପ୍ରଧାନମନ୍ତ୍ରୀ ନିଜ ପଦ ମର୍ଯ୍ୟାଦାକୁ ସମ୍ମାନ ନ ଜଣାଇ ସୈନ୍ୟବାହିନୀର ସଫଳତା ଓ ପରାକ୍ରମକୁ ନିଜର ପରାକ୍ରମ କହି ପ୍ରଚାର କରି ବୁଲୁଛନ୍ତି। ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ସେନାର ସଫଳତାକୁ ବିଜେପି ନିଜର ସଫଳତା ବୋଲି କହିବାରେ ଲାଗିଛି। କାହିଁକି ଓ କେଉଁ ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ପ୍ରଥମେ ଯୁଦ୍ଧ ବିରତିର ଘୋଷଣା କଲା ପରେ ଦେଶ ଘୋଷଣା କଲା ତାହାର ଉତ୍ତର ପ୍ରଧାନମନ୍ତ୍ରୀ ଦେବା ଉଚିତ ବୋଲି ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ଅମର ପ୍ରଧାନ, ନଗେନ୍ଦ୍ର ପଧାନ, ସୁରେଶ କୁମାର ରାଉତରାୟ, ରଞ୍ଜୀବ ବିଶ୍ୱାଳ, ଅନନ୍ତ ପ୍ରସାଦ ସେଠୀ, ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ୨୦ଜଣ ଅବସରପ୍ରାପ୍ତ ସୈନିକ ଓ କଂଗ୍ରେସ ବିଧାୟକ ଦଳ ଉପନେତା ତଥା ପୂର୍ବତନ ସୈନିକ ସିଏସ୍ ରାଜନ ଏକ୍କାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାକୁ ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକଙ୍କ ପରିଚାଳନା କରିଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅଶୋକ ଦାସ, ସତ୍ୟଜିତ ଗମାଙ୍ଗୋ, ଦାସରଥି ଗମାଙ୍ଗୋ, ଆପାଲସ୍ୱାମୀ କାଡ଼୍ରାକ, ମଙ୍ଗୁ ଖିଲ, ପବିତ୍ର ସାଉଁନ୍ତା, ଜଗନ୍ନାଥ ପଟ୍ଟନାୟକ, ସମୀର ରାଉତରାୟ, ନବଜ୍ୟେତି ପଟ୍ଟନାୟକ, ମାନସ ଚୌଧୁରୀ, ଯୁଧିଷ୍ଠିର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ମାନସ ରଞ୍ଜନ ଆଚାର୍ଯ୍ୟ, ମନୋଜ ବିଶ୍ୱାଳ, ଅସିତ ପଟ୍ଟନାୟକ, ସିଦ୍ଧାର୍ଥ ସ୍ୱରୂପ ଦାସ, ମିନାକ୍ଷୀ ବାହିନୀପତି, ରଣଜିତ ପାତ୍ର, ଉଦିତ ପ୍ରଧାନ, ହଳଧର ସେଠୀ, ସସ୍ମିତା ବେହେରା ଓ ଅନ୍ୟମାନେ ଯୋଗ ଦେଇଥିଲେ।