ଏ ବର୍ଷ ଜନ୍ମଦିନ ପାଳିବେନି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

କେକ୍‌ ନ କାଟିବାକୁ ଅନୁରୋଧ କଲେ ପିସିସି ସଭାପତି

ଭୁବନେଶ୍ୱର : ଆସନ୍ତା ୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କ ଜନ୍ମଦିନ ପାଳିବେ ନାହିଁ। ଚଳିତ ବର୍ଷ ସାରା ଦେଶରେ କରୋନା ମହାମାରୀରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ହଜାର ହଜାର କୃଷକ ଭାଇ ଭଉଣୀମାନେ କେନ୍ଦ୍ର ସରକାରଙ୍କ ୩ଟି କଳା ଆଇନକୁ ନେଇ ଧାରଣା, ପ୍ରତିବାଦରେ ଶୀତ କାକରରେ ଆନ୍ଦୋଳନରତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମତୀ ଗାନ୍ଧୀ ୭୪ ତମ ଜନ୍ମଦିବସ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଆଇସିସି ସଭାନେତ୍ରୀଙ୍କ ନିଷ୍ପତ୍ତିକ୍ରମେ ଆଜି ଏକ ପ୍ରେସ୍‌ ବିବୃତି ଜାରି କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅଗଣିତ କର୍ମୀ, ନେତୃମଣ୍ଡଳୀ ଓ ଶୁଭେଚ୍ଛୁମାନଙ୍କୁ କେକ୍‌ ନ କାଟିବା ସହ କୌଣସି ଉତ୍ସବ ପାଳନ ନ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର