୮ରେ ବିଜେଡି ବିରୋଧରେ କିଷାନ କ˚ଗ୍ରେସର ପ୍ରତିବାଦ

ଧାନ ପାଇଁ ୫ ଶହ ଟଙ୍କାର ବୋନସ ଓ କୃଷି ଋଣ ଛାଡ଼ ଦାବି

ଭୁବନେଶ୍ବର: ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ ଚାଷୀ ପ୍ରସଙ୍ଗ ଆଧାରରେ ସେହି ରାଜ୍ୟମାନଙ୍କରେ କଂଗ୍ରେସ ଦଳ କ୍ଷମତାସୀନ ହୋଇଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର କୃଷିଋଣ ଛାଡ଼ ସହିତ ଧାନର କ୍ବିଣ୍ଟାଲ୍‌ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୫୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏସବୁ ଘଟଣାକ୍ରମ ଓଡ଼ିଶାର କଂଗ୍ରେସ ଦଳକୁ ଉତ୍ସାହିତ କରିଛି। ଚାଷୀ ପ୍ରସଙ୍ଗ ପରିପ୍ରେକ୍ଷୀରେ ଶାସକ ବିଜେଡି ଓ ବିଜେପିକୁ କଡ଼ା ଟକ୍କର ଦେବାକୁ ରାଜ୍ୟ କଂଗ୍ରେସ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି।

ଆଜି ଏ ନେଇ କ˚ଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି କିଷାନ କ˚ଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସୂଚନା ଦେଇଥିଲେ। ସେ କହିଲେ, ଆସନ୍ତା ୮ ତାରିଖରେ ବିଜେଡି ତରଫରୁ ସଂସଦ ଘେରାଉ କାର୍ଯ୍ୟକ୍ରମ ନାଟକବାଜି ଛଡ଼ା ଅନ୍ୟ କିଛି ନୁହେଁ। ଗତ ୧୯ ବର୍ଷର ବିଜେଡି ଏବଂ ବିଜେପିର ସାଢ଼େ ୪ ବର୍ଷର ଶାସନ କାଳରେ ରାଜ୍ୟରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛନ୍ତିି। ବିଜେଡିର ଚାଷୀମାରଣ ନୀତି ବିରୋଧରେ ସେହିଦିନ(୮ ତାରିଖରେ)କଂଗ୍ରେସ ଦଳ ତରଫରୁ ପ୍ରତିବାଦ କାର୍ଯ୍ୟକ୍ରମମାନ କରାଯିବ। ଭୁବନେଶ୍ବରର ଲୋୟର ପିଏମ୍‌ଜିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯିବ। ଏହା ସହିତ ବିଭିନ୍ନ ଜିଲ୍ଲାରୁ ଆସିବାକୁ ଥିବା ଚାଷୀମା‌େନ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାରଙ୍କ ଉପରେ ଧାନର କ୍ବିଣ୍ଟାଲ୍‌ ପିଛା ୫୦୦ ଟଙ୍କାର ବୋନସ ପ୍ରଦାନ ଏବଂ କୃଷିଋଣ ଛାଡ଼ ଦାବି ଜୋରଦାର କରାଯିବ। ଅବଶ୍ୟ, କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଛତିଶଗଡ଼, ମଧ୍ୟ ପ୍ରଦେଶ ଭଳି ଧାନର ଏମ୍‌ଏସ୍‌ପି ବୃଦ୍ଧି ସହିତ କୃଷିଋଣ ଛାଡ଼ ଏବଂ ଚାଷୀଙ୍କୁ ୫ ବର୍ଷ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିସାରିଛନ୍ତିି। ପୂର୍ବରୁ ଉପା ସରକାର ଦେଶର ୫କୋଟି ଚାଷୀଙ୍କଠାରୁ ୭୨ହଜାର ୬୮୦କୋଟି ଟଙ୍କା ଋଣ ଛାଡ଼ କରିବା ଦ୍ବାରା ଓଡ଼ିଶାର ୨୫ ଲକ୍ଷ ଚାଷୀ ଋଣ ଛାଡ଼ ସୁବିଧା ପାଇ ପାରିଥିଲେ। ପ୍ରତିବାଦ କାର୍ଯ୍ୟକ୍ରମ ପରେ କୃଷି ଓ କୃଷକଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଓଡ଼ିଶାରେ ୭୨୭୨ଜଣ ଚାଷୀ ଆତ୍ମହତ୍ୟା କରିଥିବା କିଷାନ କଂଗ୍ରେସ ନେତା ଅଭିଯୋଗ କରିଥିଲେ। ଏଣିକି ଜଣେ ବି ଚାଷୀ ଆତ୍ମହତ୍ୟା କଲେ, ସେଥିପାଇଁ ଉଭୟ ସରକାରଙ୍କୁ ଦାୟୀ କରାଯିବ। ଏହା ସହିତ ଭାଗଚାଷୀଙ୍କ ସମସ୍ୟା, ତିତିଲି ସହାୟତାରୁ ଚାଷୀମାନେ ବଞ୍ଚିତ ହେବା, ମଣ୍ଡିଗୁଡ଼ିକରେ ଅବ୍ୟବସ୍ଥା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଥିବା ଆଦି ପ୍ରସଙ୍ଗ ସେ ଉଠାଇଥିଲେ।

ସମ୍ବନ୍ଧିତ ଖବର