ନାଗରିକତା ସଂଶୋଧନ ବିଲ୍‌କୁ କଂଗ୍ରେସର ବିରୋଧ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ବିଲ୍‌କୁ କଂଗ୍ରେସ ବିରୋଧ କରିଛି। ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ନେତାମାନେ ଯୋଗଦେଇ ଏହା ଆଇନ୍‌ରେ ପରିଣତ ହେଲେ ସାର୍ବଭୌମ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାରତ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରିଥିଲେ। ବିଜେପିର ଏହି ବିଲ୍‌କୁ ସମର୍ଥନ କରି ବିଜେଡିର ଧର୍ମନିରପେକ୍ଷତା ପଦାରେ ପଡିଛି ବୋଲି ସେମାନେ ଅଭିଯୋଗ କରିଥିଲେ। କଂଗ୍ରେସ ନେତା ଶରତ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଗୁରୁପଦ ନନ୍ଦ, ଶରତ ରାଉତ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ସୁରେଶ ରାଉତରାୟ, ପଞ୍ଚାନନ କାନୁନ୍‌ଗୋ, ସସ୍ମିତା ବେହେରା, ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଅମୀୟ ପଟ୍ଟନାୟକ, ହଳଧର ସେଠୀ, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ନକୁଳ ନାୟକ, ପଦ୍ମାକର ଗୁରୁ, ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା, ସ୍ୱାଧୀନବାଳା ଦାସ, କନକଲତା ମଲ୍ଲିକ, ବିଶ୍ୱଭୂଷଣ ଦାସ, ମାନସ ଆଚାର୍ଯ୍ୟ, ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି, ମନୋଜ ମହାପାତ୍ର, ମନୋଜ ସାହୁ, ରସିକ ପଟ୍ଟନାୟକ, ଦୀପକ ମହାପାତ୍ର, ସତ୍ୟବ୍ରତ ନାୟକ, ବେଣୁ ଭୋଇ, ତରୁଣ ମିଶ୍ର, ମାନସ ମଲ୍ଲିକ, ଶ୍ରିୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ସଂଜୟ ମିଶ୍ର, ସଂଜୟ ତ୍ରିପାଠୀ, ଉର୍ବଶୀ ମିଶ୍ର, ସାଗର ପରିଡା, ତାପସ ସେଠୀ, ସୂର୍ଯ୍ୟକାନ୍ତି ବାଗ, ସୁଚନ୍ଦ୍ର ବାରିକ, ବୁନା ମହାନ୍ତି, ସରୋଜିନୀ ବାଙ୍କ୍ରା, ଦେଓ ପ୍ରସାଦ, ଦେବୀ ପ୍ରସନ୍ନ ବାହାଲିଆ, ଆତ୍ମାରାମ ପତି, ଆଲୋକ ଲେଙ୍କା, ନିରଞ୍ଜନ ନାୟକ, ନାସିର ଅହମ୍ମଦ ଖାନ, ସଂକୁନା କହଁର, ଶୈଳେନ୍ଦୁ ମଜୁମଦାର ପ୍ରମୁଖ ଯୋଗଦେଇ କେନ୍ଦ୍ର ବିଜେପି ଓ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର