ସାରା ରାଜ୍ୟରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରାର ପ୍ରଭାବ: ଗାଡ଼ିଚଳାଚଳ ବାଧାପ୍ରାପ୍ତ, ଜାତୀୟ ରାଜପଥରେ ଅଟକି ରହିଛି ବହୁସଂଖ୍ୟକ ଯାନବାହନ

ଭୁବନେଶ୍ବର/ ରାଉରକେଲା: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ଜାରି ରହିଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିଛି । ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ଜାରି ରହିଥିବାବେଳେ କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ କଂଗ୍ରେସ କର୍ମୀ ଆସିଥିବାର ଦେଖିବାକୁ ମିଳିଛି। ତେବେ ଏହାଯୋଗୁଁ ରାଜରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଟ୍ୱିନସିଟିର ପ୍ରମୂଖ ଛକମାନଙ୍କରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ।


ତେବେ ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ଜାରି ରହିଥିବାବେଳେ କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ । ତେବେ ଏହାଯୋଗୁଁ ରାଜରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଟ୍ୱିନସିଟିର ପ୍ରମୂଖ ଛକ ମାନଙ୍କରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।


କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବ ରାଉରକେଲାରେ ବି ପଡ଼ିଛି l ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି। ଜିଲ୍ଲା ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ପାନପୋଷ ଗାନ୍ଧୀ ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହାଫଳରେ ଶହ ଶହ ଗାଡ଼ି ଅଟକି ରହିଛି। ବାହାର ରାଜ୍ୟକୁ ଯାତାୟତ କରୁଥିବା ବସଗୁଡ଼ିକ ବସଷ୍ଟାଣ୍ଡରେ ଅଟକି ରହିଛି । ଶତାଧିକ ଯାତ୍ରୀ ଅଟକି ରହିଛନ୍ତି। ସମ୍ଭାବ୍ୟ ସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣେ ଜାତୀୟ ରାଜପଥରେ ଯାଜପୁର ଜିଲ୍ଲାର ଧର୍ମଶାଳାରେ କଂଗ୍ରେସ କର୍ମୀ ଓ ନେତାମାନେ ରାସ୍ତା ଅବରୋଧ କରିଛନ୍ତି।

ଭଦ୍ରକରେ ବନ୍ଦ୍‌ ପାଳନ
ଦେବଗଡ଼ରେ ବନ୍ଦ ପାଳନ
କୋରାପୁଟ୍‌ରେ ବନ୍ଦ ପାଳନ
ସୁନ୍ଦରଗଡ଼ରେ ବନ୍ଦ୍‌ ପାଳନ
ସମ୍ବନ୍ଧିତ ଖବର