ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ଅବକାରୀ ନୀତି ବିଶେଷ କରି ବିଜୁ ଯୁବ ବାହିନୀ ପକ୍ଷରୁ ନିଶାମୁକ୍ତି ଅଭିଯାନର ଆୟୋଜନକୁ ରାଜ୍ୟ କଂଗ୍ରେସ କଟାକ୍ଷ କରିଛି। ଏହି ଘଟଣା ସରକାରଙ୍କ ଛଳନା ଓ ଦୋମୁହାଁ ନୀତିକୁ ପଦାରେ ପକାଇଛି ବୋଲି କ˚ଗ୍ରେସ ଅଭିଯୋଗ କରିଛି। ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ୪୨ ପ୍ରତିଶତ ମଦ୍ୟପ ଅଛନ୍ତି। ଗ୍ରାମାଞ୍ଚଳର ୪୧.୩ ପ୍ରତିଶତ ଲୋକ ମଦ୍ୟପାନ କରୁଥିବା ବେଳେ ସହରାଞ୍ଚଳର ୪୦ ପ୍ରତିଶତରୁ ଅଧିକ ଲୋକ ମଦ୍ୟପାନ କରନ୍ତି ବୋଲି ଖୋଦ୍ ଅବକାରୀ ମନ୍ତ୍ରୀ ସ୍ବୀକାର କରିଛନ୍ତିି। ଏପରି କି ଓଡ଼ିଶାରେ ମଦ୍ୟପାନ କରୁଥିବା େଲାକଙ୍କ ସଂଖ୍ୟା ଜାତୀୟ ହାରଠାରୁ ଅଧିକ। ଆଜି ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ବିଜେଡି ସରକାର ଓଡିଶାରେ ମଦର ପ୍ରସାର କରି ରାଜସ୍ବ ସ˚ଗ୍ରହ ନିମେନ୍ତ ନିଜର ଦ୍ବାର ଖୋଲା ରଖିଛନ୍ତି। ଅନ୍ୟପକ୍ଷରେ ଏହାକୁ ନେଇ ସାମାଜିକ ବିଶୃଙ୍ଖଳା, ଅପରାଧ, ନାରୀ ନିର୍ଯାତନା, ଯୌନ ଉପୀଡ଼ନ ଭଳି ଘଟଣା ମଧ୍ୟ ବହୁଗୁଣ ବୃଦ୍ଧି ଘଟିଛି। ସେଥିପାଇଁ ରାଜ୍ୟର ଅନେକ ସ୍ଥାନରେ ମହିଳାମାନେ ସମବେତ ହୋଇ ମଦ ବିକ୍ରିକୁ ବିରୋଧ କରିବା ସହିତ ମଦ ଦୋକାନକୁ ଭାଙ୍ଗିବା, ନିଆଁ ଲଗାଇବା ଭଳି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। କେବଳ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟାରେ ନୁହେଁ, ମୁଣ୍ଡପିଛା ମଦ୍ୟପାନ ପରିମାଣ ମଧ୍ୟ ଗତ ୧୮ ବର୍ଷରେ ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଜେଡି ସରକାର ମଦର ପ୍ରସାର କରି ପରିବାର ଉଜାଡ଼ିି ଦେଉଥିବା ବେଳେ ବେକାର ଯୁବଗୋଷ୍ଠୀଙ୍କୁ ଭୂଆଁ ବୁଲାଇବା ପାଇଁ ଗଠନ କରାଯାଇଥିବା ବିଜୁ ଯୁବ ବାହିନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ନିଶାମୁକ୍ତି ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ସରକାର ମଦ ବିକୁଥିବା ବେଳେ ସରକାରଙ୍କ ଏକ ଶାଖା ତାକୁ ବିରୋଧ କରିବ। ଏହା କିଭଳି ସମ୍ଭବ ବୋଲି ସେ ପ୍ରଶ୍ନ କରିଛନ୍ତି।
ସରକାରଙ୍କ ଅବକାରୀ ନୀତିକୁ କଂଗ୍ରେସର କଟାକ୍ଷ
/sambad/media/post_attachments/wp-content/uploads/2018/09/congress-logo_0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)