ବିନିକା : ଚାଷୀଙ୍କ ହକ୍ ପାଇଁ ଗର୍ଜିଲା ବିନିକା ବ୍ଲକ୍ କଂଗ୍ରେସ। ବୁଧବାର କଂଗ୍ରେସ କର୍ମୀମାନେ ବିନିକା ତହସିଲ ଅଫିସ୍ ଆଗରେ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ପୂର୍ବରୁ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନ ହେବାରୁ ପୂର୍ବ ଘୋଷଣା ଅନୁସାରେ ବୁଧବାର କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି। କଂଗ୍ରେସ କର୍ମୀମାନେ ସକାଳ ୧୦ଟାରେ ୨ଟି ଟ୍ରାକ୍ଟରରେ ଧାନ ନେଇ ତହସିଲ ଅଫିସ୍ ଆଗରେ ପହଞ୍ଚି ଥିଲେ। ଧାନ କିଣାବିକାରେ ଥିବା ଅବ୍ୟବସ୍ଥା ନେଇ ପ୍ରତିବାଦ କରିଥିଲେ। ଚାଷୀଙ୍କ ଟୋକନ ନ ଆସିବା, ଟୋକନ ଲାପ୍ସ ହେବା, ଚାଷୀଙ୍କୁ ଅଖାର ଦାମ୍ ଦିଆଯାଉ ନଥିବା, ମନଇଚ୍ଛା କଟ୍ନି ଛଟ୍ନି କରାଯିବା ଆଦିର ପ୍ରତିବାଦ କରିଥିଲେ। ଚାଷୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ବିକ୍ଷୋଭ ଜାରି ରହିବ ବୋଲି ବିନିକା ବ୍ଳକ୍ କଂଗ୍ରେସ ସଭାପତି ରବୀନ୍ଦ୍ର ହୋତା ପ୍ରକାଶ କରିଛନ୍ତି।
ଏହି ଖବର ପାଇଁ ଏସିଏସ୍ଓ ତ୍ରିନାଥ ଭୋଇ, ବିନିକା ତହସିଲଦାଲ ଅଲେଖ ଘୁଟା, ବିନିକା ଆଇଆଇସି ପବିତ୍ର ସାହୁ, ବିନିକା ଯୋଗାଣ ଅଧିକାରୀ ରାଜକିଶୋର ସ୍ବାଇଁ ପ୍ରମୁଖ ବିକ୍ଷୋଭସ୍ଥଳକୁ ଆସି ଆଲୋଚନ କରିଥିଲେ। ମାତ୍ର ସମସ୍ତ ଦାବି ପୂରଣ ପାଇଁ ଆନ୍ଦୋଳନକାରୀମାନେ ଅଡ଼ି ବସିଥିଲେ। ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିକ୍ଷୋଭ ଚାଲିଥିଲା। ଆସନ୍ତାକାଲି ଦିନ ୧୦ଟାରୁ ପୁଣି ବିକ୍ଷୋଭ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏଥିରେ କଂଗ୍ରେସ ଜିଲ୍ଲା ସଭାପତି ଗୌରିଶଙ୍କର ପଣ୍ଡା, ଜିଲ୍ଲା କୃଷକ ସେଲ ସଭାପତି ନରେନ୍ଦ୍ର ପଣ୍ଡା, ଯୁବ କଂଗ୍ରେସ ଜିଲ୍ଲା ସଭାପତି ପ୍ରିୟବ୍ରତ ସାହୁ, ପ୍ରଦୀପ ସେଠୀ, ସ୍ବପ୍ନେସ୍ବର ପୃଷ୍ଟି, ଗୋବିନ୍ଦା ଝାଙ୍କର, ହରିହର ଛନ୍ଦ, ସଂଗ୍ରାମ କେଶରୀ ନାୟକ, ସୁମନ୍ତ ସାହୁ, ଉମାକାନ୍ତ ଦୀପ, ଟିକୁ ହୋତା, ହଜାରୁ ସାହୁ, ରୁଦ୍ରନାରାୟଣ ସାହୁ, ବିପିନ ବିହାରୀ ମେହେର, ବିଜୟ ଭୋଇ, ବିମ୍ବାଧର ମେହେର, ନୀଳାମ୍ବର ସାହୁ, ରାଘବ ଦାସ, ସୁଧାଶୁ ଶେଖର ପଣ୍ଡା ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିଲେ।