ଭୁବନେଶ୍ବର: ପୁରୀରେ ବିଜେପି, ରାଜଧାନୀରେ କଂଗ୍ରେସ। ଆଜି ସିଏଏକୁ ନେଇ ରାଜଧାନୀରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିବା ବେଳେ ପୁରୀରେ ସିିଏଏ ସମର୍ଥନରେ ଶୋଭାଯାତ୍ରା କରିଛି ବିଜେପି। ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ଭୁବନେଶ୍ବର ରାମମନ୍ଦିରରୁ କଂଗ୍ରେସ ଭବନ ଦେଇ ଲୋୟର ପିଏମଜି ଯାଏଁ କଂଗ୍ରେସ ପକ୍ଷରୁ ରାଲି ବାହାର କରାଯାଇ ଥିଲା। ସେପଟେ ସିଏଏ ସମର୍ଥନରେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରୁ ବିଜେପି ଏକ ଶୋଭାଯାତ୍ରା ବାହାର କରି ପୁରୀ ସହର ପରିକ୍ରମା କରିଥିଲା। ଏଥିରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଜିଲ୍ଳାର ବିଭିନ୍ନ ବ୍ଲକରୁ ଆସିଥିବା କର୍ମକର୍ତ୍ତା ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2020/01/PURI-RALLY_1.png)
ତେବେ କେବଳ ଓଡ଼ିଶାରେ ନୁହେଁ ନାଗରିକତା ସଂଶୋଧନ ଆଇନର ତାତି ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଜାରି ରହିଛି। ଆଜି ଜାମିଆ ବିଶ୍ୱବିଦ୍ୟାଳୟ ଅଂଚଳରେ ଛାତ୍ର-ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଖୁଲମଖୁଲା ଗୁଳି ଚଳାଇଥିଲେ। ଏଥିରେ ଜଣେ ଛାତ୍ର ଆହତ ହୋଇଥିବା ବେଳେ ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ସିଏଏ ବିରୋଧରେ ଜାମିଆରୁ ରାଜଘାଟ ଯାଏଁ ରାଲି ବାହାରୁଥିବା ବେଳେ ଏଭଳି ଗୁଳିକାଣ୍ଡ ଘଟିଥିଲା। ତେବେ ଗୁଳିକାଣ୍ଡ ପରେ ମଧ୍ୟ ରାଲି ବାହାରିଥିଲା। ଘଟଣା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ପିସ୍ତଲ ଜବତ କରିଛି ପୁଲିସ। ଆକ୍ରମଣକାରୀ ଯୁବକ ନିଜର ନାଁ ଗୋପାଳ ଓ ସେ ଜଣେ ରାମଭକ୍ତ ବୋଲି ଦାବି କରିଥିବା ବେଳେ ଏଭଳି କରିବା ପଛର ଉଦ୍ଦେଶ୍ୟ ଖୋଜୁଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ପ-20.jpg)