ସୋନିଆ ଗାନ୍ଧୀଙ୍କୁ ଇଡି ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

କୋରାପୁଟ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ ବାରମ୍ବାର ଇଡି ରେ ଜେରା କୁ ବିରୋଧ କରି କୋରାପୁଟ ଜ଼ିଲ୍ଲା କଂଗ୍ରେସ କମିଟି ତରଫରୁ ଗୁଣ୍ଡିଚା ମନ୍ଦିର ଠାରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା କରାଯାଇଥିଲା। କେନ୍ଦ୍ର ସରକାର ଙ୍କ ଆକ୍ରୋଶ ମୂଳକ ରାଜନୀତି କୁ କଂଗ୍ରେସ ଘୋର ବିରୋଧ କରିଥିଲା.ଗଣତନ୍ତ୍ର ରାଷ୍ଟ୍ରରେ ବିରୋଧୀ କୁ ଅସମ୍ମାନ କରାଯାଉଛି। ମୋଦି ସରକାର କେନ୍ଦ୍ରୀୟ ତଦନ୍ତ କାରି ସଂସ୍ଥା ଇଡିକୁ ବ୍ୟବହାର କରି କଂଗ୍ରେସ ଦଳ କୁ ଭୟଭୀତ କରୁଛି। ବିଜେପି ସରକାରର ପ୍ରତିଶୋଧ ମୂଳକ ରାଜନୀତି ଓ କେନ୍ଦ୍ର ଇଡିକୁ ହାତ ବାରିସୀ ସାଜି କଂଗ୍ରେସ ଦଳର ସୁପ୍ରିମୋ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବନ୍ଦ ହୋଇଯାଇଥିବା ଫାଇଲକୁ ଖୋଲି ଜେରା କରି ଯେଉଁ ହୀନ ରାଜନୀତି କରୁଛି ଏହାର ପ୍ରତିବାଦ କରି ପଦଯାତ୍ରା ଓ ଗଣଧାରଣା କରିଥିଲେ।

କେନ୍ଦ୍ର ସରକାର ଙ୍କ ଦୃନୀତି କୁ କଂଗ୍ରେସ ପଦାରେ ପକାଉଥିବାରୁ କେନ୍ଦ୍ର ସରକାର କଂଗ୍ରେସ ଉପରେ ଆକ୍ରସ ମୂଳକ ଭାବେ ଇଡି ଦ୍ଵାରା ବାରମ୍ବାର ଜେରା କରୁଛି। ଗଣତନ୍ତ୍ର ରାଷ୍ଟ୍ର ରେ ନାଗରିକ ମାନେ ସୁରକ୍ଷିତ ନୁହନ୍ତି.କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛି. ନିଜ ସ୍ୱାର୍ଥ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛି କିନ୍ତୁ ସେ ସବୁ ଯୋଜନା ଠିକ ସେ କାର୍ଯ୍ୟକାରୀ ହେଉନି। କେନ୍ଦ୍ର ସରକାର ଙ୍କ ଇସାରା ରେ ଇଡି ଯେଉଁ ବାରମ୍ବାର ଜେରା କରୁଛି ତାହାକୁ ବନ୍ଦ କରିବା ପାଇଁ କୋରାପୁଟ ଜ଼ିଲ୍ଲା କଂଗ୍ରେସ କମିଟି ଦାବି କରିଛନ୍ତି। ଏହି ଗଣଧାରଣା ଓ ବିକ୍ଷୋଭ ରେ ଅଜିତ ସାନ୍ତ୍ରା,କଂଗ୍ରେସ ନେତାରାମ କାଡାମ,ଜୟପୁର ପୌରପାଳିକା ର ଅଧକ୍ଷ ନରି ମହାନ୍ତି,କୋଟପାଡ଼ ପୌର ପରିଷଦ ଅଧକ୍ଷ ଶଙ୍କର ରାଓ,ନନ୍ଦପୁର ବ୍ଲକ ସଭାପତି କମେଶ କାମୁଡି, ଅର୍ଜୁନ ବାଙ୍କା,ବେଣୁ ପାତ୍ର, ସୋନିଆ ମାଝୀ, ନୀଳାମ୍ବର ହଂସ,ରୂପକ ତୁରୁକ, ଭଗବାନ ବାହିନୀପତି,ସୁକାନ୍ତ ପଟ୍ଟନାୟକ, ନଳିନ ରଥ,ଦୁର୍ଗା ଶର୍ମା, ପିଲୁ ମହାପାତ୍ର, କୈଳାଶ ଖୋସଲା, ଡି ଏନକେଟି, ଅଶୋକ ଗନ୍ତାୟତ ସମେତ କୋରାପୁଟ ଜ଼ିଲ୍ଲାର ୧୪ ଗୋଟି ବ୍ଲକ ର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର