ବିଭିନ୍ନ ସମସ୍ୟା ନେଇ ସଇନ୍ତଳା କଂଗ୍ରେସର ଧାରଣା ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସଇନ୍ତଳା : ପାନୀୟ ଜଳ ସମସ୍ୟା, ଡାକ୍ତରଖାନାରେ ଡାକ୍ତର ଅଭାବ, ରାସ୍ତାଗୁଡ଼ିକର ଶୋଚନୀୟ ଅବସ୍ଥା, ବିଦ୍ୟୁତ୍ ଉପଭୋକ୍ତାଙ୍କୁ ହଇରାଣ କରାଯିବା ଭଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଇନ୍ତଳା ବ୍ଲକ୍‌ କଂଗ୍ରେସ ସଭାପତି ତଥା ବ୍ଲକ୍‌ ଉପାଧ୍ୟକ୍ଷ ଗୁଣସାଗର ମାଝୀଙ୍କ ନେତୃତ୍ବରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଗଣଧାରଣା ଦିଆଯିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ଚନ୍ଦ୍ରମଣି ନାଗଙ୍କୁ ପ୍ରଦାନ କରାଯାଇଛି। ଏସବୁ ସମସ୍ୟାର ସମାଧାନ ନ ହେଲେ କଂଗ୍ରେସ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି।

ଏହି କାର୍ଯ୍ୟକ୍ରମକୁ ଜ୍ୟୋତିର୍ମୟ ମହାନ୍ତି ପରିଚାଳନା କରିଥିଲେ। ବ୍ଲକ୍ କିଷାନ କଂଗ୍ରେସର ସଭାପତି ଉତ୍ତମ ପଟେଲ, ସତ୍ୟନାରାୟଣ ପଣ୍ତା, ତପିଧର କୁମ୍ଭାର, ସମିତି ସଭ୍ୟା ସରୋଜିନୀ ବିଭାର, ସିମ୍ରନ ସିଂ ଭୋଇ, ଚନ୍ଦୁଲାଲ ଭୋଇ, ନବୀନ ରଣା, ରାକେଶ ନାୟକ, ମଣ୍ଟୁ ନାଗ, ଜିଲ୍ଲାପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଆଇଏନଟିୟୁସିର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ଯୁବ ସଂଯୋଜକ ସୁବ୍ରତ ବେହେରା ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଶୃଙ୍ଖଳାରକ୍ଷା ପାଇଁ ସଇନ୍ତଳା ଥାନାଧିକାରୀ ଅବନୀ ସାହୁଙ୍କ ନେତୃତ୍ବରେ ପୁଲିସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର