ସୁବାଷ ସିଂଙ୍କ ବୟାନକୁ ନେଇ କଂଗ୍ରେସର ପ୍ରତିବାଦ

ମାଲକାନଗିରି: କଟକ ମେୟର ସୁବାଷ ସିଂଙ୍କ ବୟାନ କୁ ନେଇ କଂଗ୍ରେସ ଦଳ ତରଫରୁ ପ୍ରତିବାଦ କରାଯିବା ସହ ସୁବାଷ ସିଂଙ୍କ କୁଶପୁଳିକା ଦାହ କରାଯାଇଥିଲା।କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ସୁବାଷ ସିଂ ମାଲକାନଗିରି ଜିଲ୍ଲାକୁ ନ୍ୟୁନ କରିଥିବାରୁ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିଲା।
ଏଥିରେ କଂଗ୍ରେସ ମଧ୍ୟ ସାମିଲ ହୋଇଥିଲେ।ଯିଏ କାମ କରିବ ନାହିଁ ତାକୁ ମାଲକାନଗିରିକୁ ବଦଳି କରିଦେବି ବୋଲି କହିଥିଲେ।ମାଲକାନଗିରି ଆଜି ଆଉ ଉପାନ୍ତ ଅଂଚଳ ନାହିଁ ବୋଲି ସଭାପତି ଗୋବିନ୍ଦ ପାତ୍ର କହିଥିଲେ।ବିକାଶ କ୍ଷେତ୍ରରେ ମାଲକାନଗିରି ଆଗରେ ରହିଛି।ନିଜେ ନବୀନ ପଟ୍ଟନାୟକ ମାଲକାନଗିରିକୁ ସ୍ୱତନ୍ତ୍ର ଫୋକସ କରୁଥିବା ବେଳେ ସେହି ଦଳର ନେତା କିପରି ଏଭଳି ବୟାନ ବାଜି କରୁଛନ୍ତି ତାହା ନିନ୍ଦନୀୟ ବୋଲି କହିଥିଲେ।ସୁବାଷ ସିଂ ଙ୍କ କୁଶପୁଳିକା ଦାହ କରି ପ୍ରତିବାଦ କରାଯାଇଥିଲା।
ସମ୍ବନ୍ଧିତ ଖବର