ଜଗତ୍‌ସିଂହପୁରରେ କଂଗ୍ରେସ ଇସ୍ତାହାର ଟିମ୍‌

ପିସିସି ସଭାପତିଙ୍କ ସହ ଯୋଗଦେଲେ ଛତିଶଗଡ଼ ମନ୍ତ୍ରୀ

ଜଗତସି˚ହପୁର ଟାଉନ୍‌ : ଜନସାଧରଣଙ୍କ ମତ ହେବ କ˚ଗ୍ରେସର ୨୦୧୯ ନିର୍ବାଚନ ଇସ୍ତାହାର। ଏହି ସୂତ୍ର ପ୍ରୟୋଗ କରି ଛତିଶଗଡ଼ରେ କ˚ଗ୍ରେସ ସରକାରକୁ ଆସିବା ପରେ ଏବେ ଓଡ଼ିଶାରେ ଏହାକୁ ପ୍ରୟୋଗ କରିଛି କଂଗ୍ରେସ। ଦଳ ପ୍ରଥମେ ଜଗତ୍‌ସିଂହପୁର ଜିଲ୍ଲାରୁ ଏହି ଅଭିଯାନ ଆରମ୍ଭ କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ଜଗତ୍‌ସିଂହପୁରରେ ପହଞ୍ଚିଥିଲା। ଛତିଶଗଡ଼ ମନ୍ତ୍ରୀ ତଥା ଛତିଶଗଡ଼ ଇସ୍ତାହାର କମିଟି ଅଧୢକ୍ଷ ଟିଏସ୍‌ ସି˚ଦେଓ ଏଥିରେ ସାମିଲ୍‌ ‌େହାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ବିରୋଧୀ ଦଳ ଉପନେତା ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ପିସିସି ଇସ୍ତାହାର କମିଟି ଅଧୢକ୍ଷ ଗଣେଶ୍ବର ବେହେରା ଏବ˚ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଏହି ଟିମ୍‌ ଦଳୀୟ ନେତାଙ୍କ ସହ ସମୟ ବିନିଯୋଗ ନ କରି ସିଧାସଳଖ ଗ୍ରାଉଣ୍ତ ଜିରୋରୁ ତଥ୍ୟ ସ˚ଗ୍ରହ କରିଥିଲେ। ସ୍ଥାନୀୟ ସର୍କିଟ ହାଉସ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସାରା ରାଜ୍ୟରେ କ˚ଗ୍ରେସ ସାଧରଣ ଲୋକଙ୍କଠାରୁ ମତାମତ ସ˚ଗ୍ରହ କରି ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବ।

ଇସ୍ତାହାର କମିଟିର ବିସ୍ମୟ ମହାପାତ୍ର, ଜିଲ୍ଲା କ˚ଗ୍ରେସ କମିଟି ସଭାପତି ନଟବର ବାରିକ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର