କେସିଙ୍ଗା: କଂଗ୍ରେସର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ କଳାହାଣ୍ଡି କଂଗ୍ରେସ ପକ୍ଷରୁ କେସିଙ୍ଗାଠାରେ ଏକ ବିଶାଳ ସମାବେଶ ଆୟୋଜିତ ହୋଇଯାଇଛି। ଏଥିରେ କହ୍ନେୟା କୁମାର ଓ ଜିଗନେଶ କୁମାର ଯୋଗଦେଇ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଉପରେ ବର୍ଷିଥିଲେ। ଜିଗନେଶ କହିଥିଲେ, ଦେଶର ଗଣତନ୍ତ୍ର ଏବେ ଅସୁବିଧାରେ ଅଛି। ବିଜେପି ନିଜର ଭୋଟ ପାଇଁ ଦେଶକୁ ବିଭାଜନ କରୁଛି। ଦେଶକୁ ପୁଞ୍ଜିପତି ହାତରେ ବିକ୍ରି କରି ସାରିଲାଣି। ଗରିବ ଓ ମଧ୍ୟବିତ୍ତ ପରିବାର ଲୋକେ ହଇରାଣ ହେଉଛନ୍ତି ବୋଲି ସେ କହିଥିଲେ।
ସେହିପରି କହ୍ନେୟା କୁମାର କହିଥିଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବର ଷ୍ଟାମ୍ପ। ଶାସନ ଅନ୍ୟ ଜଣେ ଚଳାଉଛି। ସେ ଖାଲି ଦସ୍ତଖତ କରୁଛନ୍ତି। ମମିତା ଘଟଣାରେ ରାଜ୍ୟ ସରକାର ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଲଜ୍ଜାଜନକ। କେନ୍ଦ୍ରର ବିଜେପି ଲୋକଙ୍କୁ ଭୁଆଁ ବୁଲାଉଛି। ବିଜେପିର ମହଙ୍ଗା ମାଡ଼ରେ ଲୋକେ ବିଚଳିତ ହୋଇ ଗଲେଣି। ଏଣୁ କଂଗ୍ରେସକୁ ପୁଣି ଶାସନ ଡୋର ଦେବାକୁ ସେ ଆହ୍ୱାନ ଦେଇଥିଲେ। ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ମମିତା ପ୍ରସଙ୍ଗ ନେଇ ରାଜ୍ୟ ସରକାର ଉପରେ ପୁଣି ବର୍ଷିଥିଲେ। କେନ୍ଦ୍ର ଓ ରାଜ୍ୟ ଲୋକଙ୍କୁ ଶୋଷଣ କରୁଥିବା କହିଥିଲେ। ପୁଣି ଏହି କାର୍ଯ୍ୟକ୍ରମକୁ ବିଭ୍ରାଟ କରିବା ପାଇଁ ରାଜ୍ୟ ସରକାର ଭରପୂର ଉଦ୍ୟମ କରିଥିବା ନେଇ ଅଭିଯୋଗ କରିଥିଲେ।
ଛତିଶଗଡ଼ ଅବକାରୀ ମନ୍ତ୍ରୀ କାବାସୀ ଲକ୍ଷ୍ମା କହିଥିଲେ, ତାଙ୍କ ରାଜ୍ୟର ପଞ୍ଚାୟତ ବ୍ୟବସ୍ଥାକୁ ଓଡ଼ିଶା ସରକାର ଦେଖନ୍ତୁ। ଯାହା ଅଗାମୀ ଦିନରେ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ସମରେନ୍ଦ୍ର ମିଶ୍ର, ଗତଥର ବିଧାୟକ ପ୍ରାର୍ଥୀ ଥିବା ସାଗର ଦାସ, ରବି ପାଟଯୋଶୀ, ରାମକୁମାର ଜୈନ, ଧର୍ମଗଡ଼ର ଗତଥର ବିଧାୟକ ପ୍ରାର୍ଥୀ ଦିଗାମ୍ବର ଦୁରିଆ ଓ ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। କଂଗ୍ରେସ ଏତେବଡ଼ ସମାବେଶ ଆୟୋଜନ କରିଥିଲେ ମଧ୍ୟ ଅତିଥିଙ୍କ ତରବରିଆ କାର୍ଯ୍ୟକ୍ରମ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନରେ ବିଜେଡି ବିଜେପି ସହ ଲଢ଼େଇ କରି ପାରିବ ତ ବୋଲି ଶେଷରେ କୁହା କୁହି ହେଉଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ମଧ୍ୟ ଅନ୍ୟ ଦଳ ଭଳି ମିଶ୍ରଣ ପର୍ବ ରଖିଥିଲା। କର୍ଲାମୁଣ୍ଡାରୁ ୧୫୦ ଜଣ, ନର୍ଲାରୁ ୨୦୦ ସହ ଓ ଲାଞ୍ଜିଗଡ଼ରୁ ୫୦ରୁ ଅଧିକ ମିଶିଛନ୍ତି କଂଗ୍ରେସରେ ମିଶିଥିଲେ।