ପଦ୍ମପୁର ଉପନିର୍ବାଚନ: ବିଜେଡି ଓ ବିଜେପି ପରେ କଂଗ୍ରେସ ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ‌ ପାଇଁ ଆଜି ରାଜ୍ୟର ୩ଟି ପ୍ରମୁଖ ଦଳ ନିଜ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି। ବିଜେଡି ଓ ବିଜେପି ପରେ କଂଗ୍ରେସ ନିଜର ଷ୍ଟାର ପ୍ରଚାରକମାନଙ୍କ ନାଁ ଘୋଷଣା କରିଛି। କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ୪୦ ଜଣିଆ ପ୍ରଚାର ତାଲିକାରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ସହପ୍ରଭାରୀ ଜି ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ନରସିଂହ ମିଶ୍ର ସାମିଲ ଅଛନ୍ତି।

ସେହିପରି କଂଗ୍ରେସର ପ୍ରଚାର ତାଲିକାରେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କାର୍ଯ୍ୟକାରୀ ସଭାପତି ଚିରଂଜିବୀ ବିଶ୍ବାଲ, ଭକ୍ତଚରଣ ଦାସ, ସପ୍ତଗିରି ଉଲ୍ଲାକା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ସରତ ରାଉତ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ବର ବେହେରା, ପଂଚାନନ କାନୁନଗୋ, ରମେଶ ଜେନା,ଦାଶରଥୀ ଗମାଙ୍ଗୋ, ଅଧୀରାଜ ମୋହନ ପାଣିଗ୍ରାହୀ, ସିଏସ୍‌ ରଂଜନ ଏକ୍କା, କିଶୋର ଚନ୍ଦ୍ର ପଟେଲ, ସୁରେନ୍ଦ୍ର ସିଂହ ଭୋଇ, ଯଜ୍ଞେଶ୍ବର ବାବୁ, ଦେବାଶିଷ ପଟ୍ଟନାୟକ, ସଂଜୟ ଭୋଇ, ପ୍ରକାଶ ଚନ୍ଦ୍ର ଦେବତା, ଭୁଜବଳ ମାଝୀ, ଅମୀୟ ପଟ୍ଟନାୟକ, ବାଙ୍କନିଧୀ ବେହେରା, ବନ୍ଦିତା ପରିଡ଼ା, ସ୍ମୁତିରଂଜନ ଲେଙ୍କା, ୟଶୀର ନୱାଜ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ହମିଦ ହୁସେନ୍‌।

ବିଜେଡି ପକ୍ଷରୁ ଜାରି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟତୀତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢ଼ୋଲକିଆ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ଶ୍ରୀମୟୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ,ସମୀରରଂଜନ ଦାଶ, ଦିବ୍ୟଶଙ୍କର ମିଶ୍ର , ପ୍ରତାପ ଜେନା, ଡକ୍ଟର ଅରୁଣ ସାହୁ, ରବୀନ୍ଦ୍ର କୁମାର ଜେନା, ସୁଧୀର ସାମଲ, ସାରଦା ନାୟକ, ନବ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, କଳି‌କେଶ ନାରାୟଣ ସିଂଦେଓ, ଟୁକୁନି ସାହୁ, ରୀତା ସାହୁ, ମନୋହର ରନ୍ଧାରୀ, ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ରମେଶ ମାଝି, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ପ୍ରଦୀପ ମାଝି, ବିକ୍ରମ ପଣ୍ଡା, ଅଳକା ମହାନ୍ତି, ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ବ୍ରଜ କିଶୋର ପ୍ରଧାନ, ରାଜେନ୍ଦ୍ର କୁମାର ସାହୁ,  ଆକାଶ ଦାସ ନାୟକ, ସତ୍ୟବ୍ରତ ତ୍ରିପାଠୀ ଓ ଅରିନ୍ଦମ ରାୟଙ୍କ ସମେତ ମୋଟ ୪୦ଜଣଙ୍କୁ ସାମିଲ କରାଯାଇଛି ।

ସେହିପରି ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା ଏବଂ ବିଶେଶ୍ୱର ଟୁଡୁ ରହିଛନ୍ତି। ଏମାନଙ୍କ ସହିତ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଜୟ ପାଲ ସିଂ ତୋମାର, ବରିଷ୍ଠ ନେତା ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସମୀର ମହାନ୍ତି, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂହ ଦେଓ, ଗିରିଧର ଗମାଙ୍ଗୋ, ଅପରାଜିତା ଷଡ଼ଙ୍ଗୀ, ଧାମନଗରର ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ , ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓ, ସୁରମା ପାଢ଼ୀ, ମାନସ କୁମାର ମହାନ୍ତି, ଗୋଲକ ମହାପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ମୋହନ ମାଝୀ, ନିତେଶ ଗଙ୍ଗଦେବ, ଚୁନିଲାଲ ସାହୁ, ନାଉରୀ ନାୟକ, ରବି ନାରାୟଣ ନାୟକ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ନିତ୍ୟାନନ୍ଦ ଗଣ୍ଡ, ଡକ୍ଟର ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ରଞ୍ଜନ କୁମାର ପଟେଲ୍, ବିଭୁ ପ୍ରସାଦ ତରାଇ ଓ ଅଶ୍ବିନୀ କୁମାର ଷଡ଼ଙ୍ଗୀଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର