ଭୁବନେଶ୍ବର: ଗତ ଜାନୁଆରି ମାସରେ ନିର୍ବାଚନ ଆୟୋଗ ରାଜ୍ୟର ଯେଉଁ ଭୋଟର ତାଲିକା ପ୍ରକାଶ କରିଛନ୍ତି, ସେଥିରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ପ୍ରାୟ ୧୨ ଲକ୍ଷ ପରିବାରଙ୍କୁ ବାଦ୍ ଦିଆଯାଇଛି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି। ଯୋଗ୍ୟ ଭୋଟରଙ୍କ ବାଦ୍ ଦେବା ସମ୍ବିଧାନ ବିରୋଧୀ। ତେଣୁ ନିର୍ବାଚନ ଆୟୋଗ କାହା ପ୍ରରୋଚନାରେ ଭୋଟରମାନଙ୍କ ଭୋଟ ଦେବା କ୍ଷମତାକୁ ଛଡାଇ ନେଇଛନ୍ତି ବୋଲି ପ୍ରଦେଶ କ˚ଗ୍ରେସ କମିଟି ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଏବ˚ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀବୃନ୍ଦଙ୍କୁ ସିଧାସଳଖ ପ୍ରଶ୍ନ କରିଛି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କ˚ଗ୍ରେସ ନେତା ତଥା ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀ ଏ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏ ନେଇ ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ରାଜ୍ୟର ୨୧ଟି ନିର୍ବାଚନ ମଣ୍ତଳୀରେ ଏକ ପରିସ˚ଖ୍ୟାନ ପ୍ରକାଶ କରିଥିଲେ। ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଏହି ଭୋଟରମାନଙ୍କୁ ଯଥାଶୀଘ୍ର ଭୋଟର ତାଲିକାରେ ସାମିଲ୍ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଦାବି କରିବା ସହିତ କ˚ଗ୍ରେସ ଦଳ ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଶିବାନନ୍ଦ ରାୟ, ବରିଷ୍ଠ ନେତା ଉତ୍କଳ କେଶରୀ ରାଉତରାୟ, ସାଧାରଣ ସ˚ପାଦକ ବିଶ୍ବଜିତ୍ ଦାସ ଏବ˚ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
୧୨ଲକ୍ଷ ପରିବାରଙ୍କୁ ଭୋଟର ତାଲିକାରୁ ବାଦ୍ ଅଭିଯୋଗ କଲା କ˚ଗ୍ରେସ
/sambad/media/post_attachments/wp-content/uploads/2019/02/Indian_National_Congress_svg.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)