ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ଫସଲରେ ମାଟିଆଗୁଣ୍ଡି, ଜଉପୋକ ଆଦି ଆକ୍ରମଣ କରି ନଷ୍ଟ କରିଦେଉଛି। ସରକାରଙ୍କ ଉପରୁ ଭରସା ତୁଟାଇ ଚାଷୀମାନେ ନିଜ ଫସଲରେ ନିଆଁ ଲଗାଇବା ସହିତ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଇତି ମଧ୍ୟରେ ୮ଜଣ ଚାଷୀ ଆତ୍ମହତ୍ୟା କଲେଣି। ଚାଷୀ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାକୁ ରୋକିବାରେ ସରକାରଙ୍କ ପକ୍ଷରୁ ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ଅଭିଯୋଗ କରି ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତିି।
ଏକ ପ୍ରେସ୍ ବିବୃତି ଜରିଆରେ ସେ କହିଛନ୍ତି ଯେ ବିଜେପି-ବିଜେଡି କଳିରେ ଚାଷୀ ବଳି ପଡୁଛି। ଏଣୁ କାଳ ବିଳମ୍ବ ନ କରି ସରକାର ପ୍ରଥମେ ଚାଷୀ ଆତ୍ମହତ୍ୟା ଫସଲହାନି, ଋଣଭାର ଓ ଅଭାବୀ ବିକ୍ରି ଜନିତ ବୋଲି ସ୍ୱୀକାର କରନ୍ତୁ। ପ୍ରତି ମୃତକ ଚାଷୀ ପରିବାରକୁ କ୍ଷତିପୂରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟୂନ ୨୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ, ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ କୃଷିଋଣ ଛାଡ, ଭାଗଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଏବଂ ଆଇନ ପ୍ରଣୟନ କରାଯାଇ କୃଷିଋଣ, ପ୍ରାକୃତିକ ବିପର୍ଯ୍ୟୟ ସହାୟତା, ମରୁଡ଼ି ଏବଂ ରୋଗପୋକ ଦ୍ୱାରା ଫସଲ ନଷ୍ଟ ବାବଦକୁ ପ୍ରତି ଏକର ପିଛା ଅଣ ଜଳସେଚିତ ଅଞ୍ଚଳ ପାଇଁ ୧୦ ହଜାର ଏବଂ ଜଳସେଚିତ ଅଞ୍ଚଳ ପାଇଁ ୨୦ ହଜାର ଟଙ୍କାର କୃଷି ସହାୟତା ପ୍ରଦାନ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତିି।
ମୃତକ ଚାଷୀ ପରିବାରକୁ ୨୦ ଲକ୍ଷ ଟଙ୍କା ଦିଆଯାଉ: କଂଗ୍ରେସ କୃଷକ ସେଲ୍
/sambad/media/post_attachments/wp-content/uploads/2017/11/Congress.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)