ବାଲେଶ୍ବର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର

ରୁପସା: ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ପାଇଁ ଗତକାଲି କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ଘର ଘର ବୁଲି କଂଗ୍ରେସ କର୍ମୀମାନେ ଲୋକଙ୍କ ସମସ୍ୟା ଶୁଣିବା ସହ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ହାତ ଚିହ୍ନରେ ଭୋଟ୍ ଦେବା ପାଇଁ ବୁଝାଇଥିଲେ।
ପ୍ରଥମ ଥର ପାଇଁ ସଦର ନିର୍ବାଚନ ମଣ୍ଡଳୀରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି କଂଗ୍ରେସ ମହିଳାଙ୍କ ପ୍ରତି ସମ୍ମାନ କରିଛି ବୋଲି କର୍ମୀମାନେ ଲୋକଙ୍କୁ କହିବା ସହ ଦେଶ ଓ ରାଜ୍ୟର ପରିବର୍ତ୍ତନ ପାଇଁ କଂଗ୍ରେସକୁ ହାତ ଚିହ୍ନରେ ଭୋଟ୍ ଦେବା ପାଇଁ ବୁଝାଇଥିଲେ।

ଦଳ ପକ୍ଷରୁ ପଞ୍ଚୁପଡ଼ା ପଞ୍ଚାୟତ ଦାୟିତ୍ଵରେ ଥିବା ଦଳର ଯୁବ ନେତା ତଥା ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନାଙ୍କ ନେତୃତ୍ୱରେ ଏଠାରେ ପ୍ରଚାର କାମ ଚାଲିଛି। ତେବେ ଗତକାଲି କିଛି ସମୟ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ମଧ୍ୟ ସାମିଲ ହୋଇଥିଲେ। ଏହି ପ୍ରଚାରରେ ବସ୍ତା ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ କଂଗ୍ରେସ ସଭାପତି ବୀରେନ୍ଦ୍ର ରାଉତ, ପୁର୍ଣ୍ଣଚନ୍ଦ୍ର ମାଇତିଙ୍କ ସମେତ ଯୁବ ନେତା ଗୌରୀ ଶଙ୍କର ଜେନା, ଅରୁପ ପାତ୍ର , ଗୌରାଙ୍ଗ ପାତ୍ର, ମାନସ ବେହେରା, ହରେକୃଷ୍ଣ ଦାସ, ନରେନ୍ଦ୍ର ଦାସ, ଅଶୋକ ଜେନା, ଦିଲୀପ ବେହେରା ଓ ପ୍ରଦୀପ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର