ବାମଦଳର ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ଭୁବନେଶ୍ବର : ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି। ତେଣୁ କେନ୍ଦ୍ର ସରକାରଙ୍କ ଏହି ଜନମାରଣ ନୀତି ବିରୋଧରେ ଆସନ୍ତା ୧୫ତାରିଖରେ ୪ଟି ପ୍ରମୁଖ ବାମ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ବାମଦଳମାନଙ୍କ ବନ୍ଦ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ ଦେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣ ସହଯୋଗ କରିବା ଲାଗି ସେ ଅନୁରୋଧ କରିଛନ୍ତି।

କଂଗ୍ରେସ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ପେଟ୍ରୋଲ ଓ ଡିଜେଲର ଟିକସ ବୃଦ୍ଧି ଯୋଗୁଁ ଏହାର ସିଧାସଳଖ ପ୍ରଭାବ ମାଲ ଓ ଯାତ୍ରୀ ପରିବହନ ଉପରେ ପଡ଼ିଛି। ତେଣୁ ସିପିଆଇ, ସିପିଆଇଏମ୍‌, ସିପିଆଇଏମ୍‌ଏଲ ଲିବରେସନ୍‌ ଓ ଫରୱାର୍ଡ ବ୍ଲକ୍‌ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଦେବ ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର