ସବୁପ୍ରକାର ଶିକ୍ଷକଙ୍କୁ ପୂର୍ଣ୍ଣ ପ୍ରତ୍ୟକ୍ଷ ଅନୁଦାନ ଦିଅ: କଂ‌ଗ୍ରେସ

0

ଭୁବନେଶ୍ବର : ୨୦୦୪ରୁ ରାଜ୍ୟରେ ୧୧ ପ୍ରକାର ଶିକ୍ଷକ ଶ୍ରେଣୀ ପ୍ରଚଳନ କରାଯାଇଛି। ଏହାକୁ ଗୋତି ଶ୍ରମିକ ପ୍ରଥା ଭାବେ ଅଭିହିତ କରି ତୁରନ୍ତ ଏହାକୁ ଉଚ୍ଛେଦ ଦାବି କରିବା ସହିତ ୧୧ ଶ୍ରେଣୀର ସମସ୍ତ ଶିକ୍ଷକଙ୍କୁ ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ପ୍ରଦାନ କରିବାକୁ ପ୍ରଦେଶ ଶିକ୍ଷକ କ˚ଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଦାବି କରାଯାଇଛି।

ଆଜି କ˚ଗ୍ରେସ ଭବନରେ ପିସିସି ଉପସଭାପତି ତଥା ଶିକ୍ଷକ କ˚ଗ୍ରେସ ସଭାପତି ପ୍ରଫେସର କୈଳାସ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ରାଜ୍ୟସ୍ତରୀୟ କର୍ମକର୍ତା ଓ ବିଭିନ୍ନ ଜିଲ୍ଲା ପ୍ରତିନିଧି ଶିକ୍ଷକ, ଅଧ୍ୟାପକମା‌େନ ୧୯୭୪ରୁ ପ୍ରଚଳିତ ପୂର୍ଣ୍ଣ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥାର ପୁନଃ ପ୍ରଚଳନ ପାଇଁ ଦାବି କରିଥିଲେ। ବୈଠକରେ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ସମାଲୋଚନା କରାଯାଇଥିଲା। ଶିକ୍ଷକ କଂଗ୍ରେସର ଦାବି ହାସଲ ପାଇଁ ସମଗ୍ର ରାଜ୍ୟରେ ଆନ୍ଦୋଳନ ଗଢି ତୋଳିବାକୁ ପୂର୍ବତନ ସା˚ସଦ ଡ. ରାଧାକାନ୍ତ ନାୟକ ଆହ୍ବାନ ଦେଇଥିଲେ।

ବୈଠକରେ ପ୍ରଦେଶ ଶିକ୍ଷକ କ˚ଗ୍ରେସର କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ବରାଳ, ନିରଦ ବରଣ ଖୁଣ୍ଟିିଆ ଓ ଗୁଣମଣି ସାଙ୍କୁ ରାଜ୍ୟର କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳର ସା˚ଗଠନିକ ଦାୟିତ୍ବ ଅର୍ପଣ କରାଯାଇଥିଲା। ଇତି ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଶିକ୍ଷକ କ˚ଗ୍ରେସ ତରଫରୁ ପ୍ରାୟ ୧ ହଜାର ଶିକ୍ଷକଙ୍କ ସହିତ ସେମାନଙ୍କର ସାମୂହିକ ସମସ୍ୟା ସ˚ପର୍କରେ ଆଲୋଚନା କରାଯାଇଛି। ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ବର‌ରେ ବିରାଟ ଶିକ୍ଷକ ସମାବେଶ ଆୟୋଜନ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି।

ବୈଠକରେ ଶିକ୍ଷକ କ˚ଗ୍ରେସ ସାଧାରଣ ସ˚ପାଦକ ଅକ୍ଷୟ କୁମାର ଦାସ, ବୈକୁଣ୍ଠ ନାୟକ, ଉପସଭାପତି ବୀଣାପାଣି ସାମଲ, ଗୋଦାବରୀଶ ପାଇକରାୟ, ନିର୍ମଳକାନ୍ତ ମହାନ୍ତି, ହାଡିବନ୍ଧୁ ରାଉତ, ବିରଞ୍ଚି ନାରାୟଣ ମଣ୍ତଳ, ପ୍ରଫୁଲ ନାୟକ, ରାଜକିଶୋର ଜେନା ପ୍ରମୁଖ ଆଲୋଚନାରେ ଅ˚ଶଗ୍ରହଣ କରିଥିଲେ। ଏହି ଅବସରରେ ୧୦ଟି ଜିଲ୍ଲା ଶିକ୍ଷକ କ˚ଗ୍ରେସର ଆବାହକଙ୍କ ନାମ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.