ଟିକେଟ୍‌ ‌‌ଘୋଟାଲା ପାଇଁ ବିଜେଡି-ବିଜେପି ଦାୟୀ: କଂଗ୍ରେସ

ଭୁବନେଶ୍ବର : ହକି ବିଶ୍ବକପ୍‌ ଆୟୋଜନରୁ ରାଜନୈତିକ ସ୍ବାର୍ଥ ହାସଲ ନେଇ ବିଜେଡି ନେତୃତ୍ବାଧୀନ ରାଜ୍ୟ ସରକାର ଏବ˚ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରତିଯୋଗିତା ଜାରି ରହିଛି। ଉଭୟ ବିଜେଡି, ବିଜେପି ଏବ˚ ବଡ ବଡ ଅଧିକାରୀମାନେ ଭାଗବାଣ୍ଟି ଉଦ୍‌ଘାଟନୀ ଉତ୍ସବର ସମସ୍ତ ଟିକେଟ୍‌ ହାତେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏକ ବିବୃତିରେ କ˚ଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ଏକ ଦୁର୍ବଳ ସର୍ଭର ମାଧ୍ୟମରେ ଅନ୍‌ଲାଇନ୍‌ ଟିକେଟ୍‌ ବୁକି˚ କରିବାକୁ କହି ସାଧାରଣ ହକିପ୍ରେମୀଙ୍କୁ ଭୁଆଁ ବୁଲାଇଛନ୍ତି। ଏପରିକି ୨୦ ତାରିଖରେ ବୁକି˚ କରିବାର ଘୋଷଣା ହୋଇଥିବା ବେଳେ ୧୯ ତାରିଖରେ ଅଧିକା˚ଶ ଟିକେଟ୍‌ ବୁକି˚ ହୋଇଛି। ଟିକେଟ୍‌ ଘୋଟାଲା ପ୍ରସଙ୍ଗରେ ଉଭୟ ବିଜେଡି ଏବ˚ ବିଜେପି ମୁହଁ ଖୋଲୁନଥିବା ଏହାର ପ୍ରମାଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର