ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ବିରୁଦ୍ଧରେ କଂଗ୍ରେସ ଦଳର ସିଧାସଳଖ ଲଢ଼େଇ ହେବ। ରାଜ୍ୟରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ କୃଷିଋଣ ଛାଡ଼ କରିବା ସହିତ ୫ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କୁ ଲଗାତାର ଭାବେ ଆର୍ଥିକ ସହାୟତା ଯୋଗାଇଦେବ। ବାର୍ଧକ୍ୟ ଓ ବିଭିନ୍ନ ଭତ୍ତାକୁ ୩୦୦ ଟଙ୍କାରୁ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଚାଷୀଙ୍କ ସମସ୍ୟା ନେଇ ସେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି।

Advertisment

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସଂପର୍କରେ ନିଜର ମତାମତ ଦେଇଥିଲେ। ସେ କହିଲେ, ଏହି ନିର୍ବାଚନର ଫଳାଫଳରୁ ଧର୍ମ ଏବ˚ ଜାତିବାଦକୁ ନେଇ ରାଜନୀତିକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଥିବା ପ୍ରତିଫଳିତ ହୋଇଛି। ବିଶେଷ କରି ୩ଟି ହିନ୍ଦୀ ଭାଷାଭାଷୀ ରାଜ୍ୟର ଭୋଟରଙ୍କ ନିକଟରେ ‌କଂଗ୍ରେସ ଦଳ ଉପରେ ସେମାନଙ୍କର ଏକ ବିଶ୍ବସନୀୟ ବିକଳ୍ପ ଭାବେ ଆସ୍ଥା ସ୍ଥାପନ କରିଥିବାରୁ ସେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ବିଜୟ ରାହୁଲ ଗାନ୍ଧୀଙ୍କ ଏଆଇସିସି ଅଧ୍ୟକ୍ଷ ଭାବରେ ଦାୟିତ୍ବ ନେବାର ଏକବର୍ଷ ପୂର୍ତି ଉପଲକ୍ଷେ ଏକ ବିଶେଷ ଉପହାର। ତେବେ ବିଜେପିମୁକ୍ତ ଭାରତ ନୁହେଁ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଜେପି ରହିବା ପାଇଁ କଂଗ୍ରେସ ଦଳ ଚାହୁଁଥିବା ସେ କହିଥିଲେ।

ଓଡ଼ିଶାରେ ଚାଷୀ, ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି, ଶିଳ୍ପ ଆଦି ସମସ୍ୟାର ସମାଧାନ କରିବାରେ ବିଜେଡି ସରକାର ବିଫଳ ହୋଇଛି। ଏହାର ବିକାଶ କେବଳ ବିଜ୍ଞାପନରେ ସୀମିତ। ଏଠାରେ ଚାଷୀଙ୍କ ସମସ୍ୟା ମଧ୍ୟ କିଛି କମ୍‌ ନୁହେଁ। ବାରମ୍ବାର ଚାଷୀ ଆତ୍ମହତ୍ୟା ଘଟଣା ଘଟୁଛି। ଏପରି କି ନିଜ ଦୁଃଖ ଜଣାଇବା ପାଇଁ ରାଜଧାନୀକୁ ଆସୁଥିବା ଚାଷୀମାନଙ୍କୁ ବାଟରେ ପୁଲିସ ଲଗାଇ ଜୁଲମ କରାଯାଇଛି। କ˚ଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଚାଷୀଙ୍କୁ ସୌରଚାଳିତ ପମ୍ପସେଟ୍‌ ପ୍ରଦାନ ସହିତ ସେମାନଙ୍କୁ ୫ ବର୍ଷ ପାଇଁ ଲଗାତର ଭାବେ ଆର୍ଥିକ ସହାୟତା ଦିଆଯିବ। ରାଜ୍ୟରେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଦର୍ଶାଇ ସେମାନଙ୍କ ଉପରେ ବର୍ଷିଥିଲେ ପିସିସି ସଭାପତି। ଉଭୟ ଦଳ ଏବଂ ସରକାର ଚାଷୀଭାଇମାନଙ୍କ ସ୍ବାର୍ଥ ରକ୍ଷା କରିବାରେ ସ˚ପୂର୍ଣ୍ଣ ଅସମର୍ଥ। ସ୍ବାମୀନାଥନ୍‌ କମିଟି ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ବିଜେଡି ଓ ବିଜେପିର ରହସ୍ୟମୟ ନିରବତା ପ୍ରମାଣିତ କରୁଛି ଯେ ଏ ଦୁଇଟିଯାକ ଦଳ ଚାଷୀବିରୋଧୀ।

ବିରୋଧୀ ଦଳ ନେତା ନରସି˚ହ ମିଶ୍ର କହିଥିଲେ, ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ଏବେବି ଭାରତରେ ଗଣତନ୍ତ୍ର ବ˚ଚିଛି। କ˚ଗ୍ରେସମୁକ୍ତ ଭାରତର ସ୍ବପ୍ନ ଦେଖୁଥିବା ବିଜେପି ଆଜି ବିଜେପିମୁକ୍ତ ଭାରତ ଆଡକୁ ଅଗ୍ରସର ହେଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜେ ସ୍ବୀକାର କରିଛନ୍ତି, ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଚାଷୀ ଏବ˚ ଚାଷର ସମସ୍ୟା ନେଇ ଗଭୀର ଭାବେ ପ୍ରଭାବିତ ହୋଇଛି। ଏହା ଓଡ଼ିଶା ପ୍ରତି ମଧ୍ୟ ପ୍ରଯୁଜ୍ୟ। କ˚ଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କ କହିବାନୁସାରେ କହିଥିଲେ, ଯୁବଶକ୍ତିକୁ ରୋଜଗାର, ମହିଳାଙ୍କ ସୁରକ୍ଷା ଏବ˚ ସାମଗ୍ରିକ ବିକାଶ ଆଗାମୀ ନିର୍ବାଚନରେ କ˚ଗ୍ରେସର ପ୍ରମୁଖ ପ୍ରସଙ୍ଗ ହେବ।