ଭୁବନେଶ୍ବର : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦେଇଥିବା ସଫେଇ ଅତ୍ୟନ୍ତ ହାସ୍ୟସ୍ପଦ। ମମିତାଙ୍କ ପରିବାରବର୍ଗ ଉଚ୍ଚ ନ୍ୟାୟାଳଙ୍କ ଦ୍ବାରସ୍ଥ ହୋଇ ନିରପେକ୍ଷ ତଦନ୍ତ ଓ ତ୍ବରିତ ନ୍ୟାୟ ପ୍ରାର୍ଥନା କରିବା ପରେ ମନ୍ତ୍ରୀଙ୍କ ବୟାନର କିଛି ମୂଲ୍ୟ ନାହିଁ। ଠାକୁର ଘରେ କିଏ- ନାଁ ମୁଁ କଦଳୀ ଖାଇନି ପରି ମନ୍ତ୍ରୀଙ୍କର ଅସଲ ମୁଖା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିବା ବଦଳରେ ନିରବତା ଅବଲମ୍ବନ କରୁଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଜ୍ୟ ମନ୍ତ୍ରୀଙ୍କ ନିଜ ହଜାଇ ଦିଆଯିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି।
ବୁଧବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପଦ୍ମାକର ଗୁରୁ କହିଲେ ହତ୍ୟାକାଣ୍ଡର ୩୯ଦିନ ବ୍ୟବଧାନରେ ସାକ୍ଷୀ ପ୍ରମାଣକୁ ନଷ୍ଟ କରାଯିବା ଗୃହ ବିଭାଗର ଅଧସ୍ତନ କର୍ମଚାରୀଙ୍କ ପାରିବା ପଣିଆପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ଅତୀତରେ ନୀତି ଓ ନୈତିକତାର ପାଠ ପଢ଼ାଉଥିବା ମୁଖ୍ୟମନ୍ତ୍ରୀ ଗୃହ ରାଜ୍ୟମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବା ଓ ମୌନ ରହି ପ୍ରତ୍ୟେକ୍ଷ ସମର୍ଥନ ଦେଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କୁ ସମ୍ମାନ ନାରା ପ୍ରତି ଏହା ଘୋର ଅପମାନ। ମୁଖ୍ୟମନ୍ତ୍ରୀ ତୁରନ୍ତ ଗୃହରାଜ୍ୟ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ।
ସେ ଆହୁରିମଧ୍ୟ କହିଛନ୍ତି ଯେ ଉତ୍ତର ପ୍ରଦେଶର ଲଖୀମପୁର ଖେରି ଘଟଣାରେ ଉଚ୍ଚତମ ନ୍ୟାୟାଳୟ ସ୍ବତଃପ୍ରବୃତ୍ତ ଦଖଲ କରିବା ଭଳି ମମିତା ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବାକୁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଉଛି। ଉଚ୍ଚ ନ୍ୟାୟାଳୟ ପ୍ରତି କଂଗ୍ରେସ ଦଳର ଯଥେଷ୍ଟ ସମ୍ମାନ ରହିଥିବା ଶ୍ରୀ ଗୁରୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ, ଶୁଭଶ୍ରୀ ପଣ୍ଡା ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/m3-2.jpg)