ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ଦେଶରେ ସବୁଠୁ କମ୍: କଂଗ୍ରେସ

ଭୁବନେଶ୍ବର : ଓଡ଼ିଶାରେ ଅପରାଧିକ ରେକର୍ଡ଼ ନେଇ ଜାତୀୟ କ୍ରାଇମ୍‌ ରେକର୍ଡ଼ ବ୍ୟୁରୋ ପ୍ରକାଶ କରିଥିବା ସଦ୍ୟତମ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ସ୍ଥାନୀୟ ପିସିସି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଦୋଷୀକୁ ଦଣ୍ଡ ଦେବାରେ ସମଗ୍ର ଭାରତ ବର୍ଷରେ ଶେଷରେ ରହିଛି। ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୪୯.୯% ଥିବାବେଳେ ଓଡ଼ିଶାରେ ଏହି ହାର ମାତ୍ର ୫.୭%। ଏ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାକୁ ସେ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର