ଓଡ଼ିଶା ବିରୋଧରେ କେନ୍ଦ୍ର ସରକାରଙ୍କ ସା˚ଘାତିକ ଷଡ଼୍‌ଯନ୍ତ୍ର: କ˚ଗ୍ରେସ

ଭୁବନେଶ୍ବର : ଦୀର୍ଘ ୨୨ ବର୍ଷ ଧରି ଓଡିଶାରେ କାର୍ଯ୍ୟକାରୀ କରି ଆସୁଥିବା ରେଳ ବିଦ୍ୟୁତ୍‌କରଣ ପ୍ରକଳ୍ପ କାର୍ଯ୍ୟାଳୟକୁ ବନ୍ଦ କରି ବେଙ୍ଗାଲୁରୁକୁ ଉଠାଇ ନେବା ନିଷ୍ପତ୍ତି ଦ୍ବାରା ଓଡିଶାରେ ୬ଟି ବୃହତ୍‌ ରେଳ ପ୍ରକଳ୍ପର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ। କାର୍ଯ୍ୟରତ ଶତାଧିକ କର୍ମଚାରୀ ବେରୋଜଗାର ହେବେ ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କ˚ଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କେନ୍ଦ୍ର ସରକାରଙ୍କ ଏତାଦୃଶ ପଦକ୍ଷେପକୁ ଓଡ଼ିଶା ବିରୋଧରେ ସାଂଘାତିକ ଷଡ଼୍‌ଯନ୍ତ୍ର ବୋଲି କହିଥିଲେ। ୱାଲଟିୟର ଡିଭିଜନ୍‌କୁ ଓଡିଶାରୁ ଅଲଗା କରିବା ପରେ ରାଜ୍ୟର ରେଳବାଇ ସ୍ବାର୍ଥ ବିରୋଧରେ ଏହା ଆଉ ଏକ ଚକ୍ରାନ୍ତ। ଭୁବନେଶ୍ବର କାର୍ଯ୍ୟାଳୟ ହାତକୁ ନେଇଥିବା ବିଭିନ୍ନ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି ବୋଲି ଶ୍ରୀ ନାୟକ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସା˚ସଦ ତଥା ପିସିସି ମୁଖପାତ୍ର ଡ. ବିଭୁ ପ୍ରସାଦ ତରାଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର