ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ସମ୍ବଳିତ ବିଜ୍ଞାପନ ଛାପୁଛନ୍ତିି ସରକାର: କଂଗ୍ରେସ

ଭୁବନେଶ୍ବର : ବିଭିନ୍ନ ଜାତୀୟ, ଆ˚ଚଳିକ ଖବରକାଗଜ ଓ ଟେଲିଭିଜନ ଚ୍ୟାନେଲ୍‌ରେ ମିଥ୍ୟା ତଥ୍ୟ ଦେଇ ରାଜ୍ୟ ସରକାର ବିଭ୍ରାନ୍ତିକର ବିଜ୍ଞାପନ ଛାପୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ଏ ନେଇ ଆକାଉଣ୍ଟାଣ୍ଟ ଜେନେରାଲ ମଧ୍ୟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତିି ବୋଲି କ˚ଗ୍ରେସ ଦର୍ଶାଇଛି।

ଆଜି କ˚ଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଲେ, ଆକାଉଣ୍ଟାଣ୍ଟ ଜେନେରାଲ ବି. ବସନ୍ତିଆ ଗତ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଭିନ୍ନ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ କିଭଳି ମିଥ୍ୟା ଓ ଅତିରଞ୍ଜିତ ତଥ୍ୟ ବ୍ୟବହାର କରାଯାଇ ବିଜ୍ଞାପନ ଛପାଯାଉଛି ସେ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି। ଶ୍ରୀ ନାୟକଙ୍କ କହିବାନୁସାରେ ୨୦୧୪ ଏପ୍ରିଲ୍‌ରୁ ୨୦୧୮ ସେପ୍ଟେମ୍ବର ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପ˚ଚାୟତିରାଜ ବିଭାଗ ପକ୍ଷରୁ ୧୯ ଲକ୍ଷ ୫୩ ହଜାର ୩୬୩ ପକ୍କାଘର ନିର୍ମାଣ କରାଯାଇଥିବା ଦାବି କରାଯାଇଛି। ଏହି ଖବର ଓ ତଥ୍ୟ ସ˚ପୂର୍ଣ୍ଣ ମିଥ୍ୟା ଏବ˚ ଅତିରଞ୍ଜିତ ବୋଲି ଆକାଉଣ୍ଟାଣ୍ଟ ଜେନେରାଲ କହିଥିବା ସେ ଦର୍ଶାଇଛନ୍ତି।

କଂଗ୍ରେସ ପକ୍ଷରୁ କୁହାଯାଇଛି, କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟର େୱବ୍‌ସାଇଟ୍‌ ତର୍ଜମା ପରେ ମୋଟ୍‌ ମାତ୍ର ୧୧ ଲକ୍ଷ ୯ ହଜାର ଘର ନିର୍ମାଣ ହୋଇଥିବା ଜଣାପଡିଛି। ଏ ନେଇ କ˚ଗ୍ରେସ ପକ୍ଷରୁ ଏଜିଙ୍କୁ କାଗଜପତ୍ର ପ୍ରମାଣ ଦିଆଯାଇଛି। ଏଜି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବାସ୍ତବରେ ମାତ୍ର ୫ ଲକ୍ଷ ଗୃହ ରାଜ୍ୟ ସରକାର ନିର୍ମାଣ କରିଛନ୍ତି। ଏହାକୁ କ˚ଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବା ସହିତ ବିଜ୍ଞାପନ ଜରିଆରେ ତ୍ରୁଟି ସ˚ଶୋଧନ କରିବାକୁ ଶ୍ରୀ ନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର