ନିୟମ ଉଲଂଘନ କରିଛନ୍ତି ଶ୍ରମ ମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ବର : କୋଭିଡ୍‌ ପାଇଁ ଜାରି ହୋଇଥିବା ସାମାଜିକ ଦୂରତା ରକ୍ଷା ନିୟମର ଖୋଲାଖୋଲି ଉଲଂଘନ କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ଆଜି ମନ୍ତ୍ରୀଙ୍କ ବିରୁଦ୍ଧରେ ଏପରି ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ। କଂଗ୍ରେସ ନେତା ସୁଦର୍ଶନ ଦାସ ଏକ ପ୍ରେସ୍‌ ବିବୃତି ଜରିଆରେ ଜଣାଇଛନ୍ତି, ଶ୍ରୀ ସିଂହ ଭଟ୍ଟଲିଠାରେ ବିଡିଓ ଓ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ରାଶି ବାଣ୍ଟୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କି ମନ୍ତ୍ରୀ କୌଣସି ପ୍ରକାର ସାମାଜିକ ଦୂରତା ରଖୁନଥିବା ପ୍ରମାଣିତ ହେଉଛି। ଏପରି ନିୟମ ପାଳନ ନ କଲେ ସାଧାରଣ ଲୋକଙ୍କ ବିରୁଦ୍ଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏବେ ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ଯେପରି ଭାବେ ସହାୟତା ବଣ୍ଟନ କରିବାବେଳେ ନିୟମ ଉଲଂଘନ କରିଛନ୍ତି, ତାଙ୍କ ବିରୁଦ୍ଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର