ବିଭ୍ରାନ୍ତିକର ବିଜ୍ଞାପନ ଜରିଆରେ ମିଥ୍ୟା ପ୍ରଚାର: କ˚ଗ୍ରେସ

ଭୁବନେଶ୍ୱର : ପୁଷ୍ଟିହୀନତା ଦୂର, ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଦିଗରେ ରାଜ୍ୟ ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଭିନ୍ନ ଖବରକାଗଜରେ ମିଥ୍ୟା ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ସରକାର ଏଭଳି ମିଛ ପ୍ରଚାର କରୁଛନ୍ତି। ଅସଲରେ ସରକାର ତଥ୍ୟ ସହ ଚ˚ଚକତା କରିଛନ୍ତି ବୋଲି ପ୍ରମାଣ ସହ ପ୍ରଦେଶ କ˚ଗ୍ରେସ ଅଭିଯୋଗ ଆଣିଛି।

ଏହି ତଥ୍ୟ ଅନୁଯାୟୀ ୨୦୧୨-୧୩ରେ ମାତୃ ମୃତ୍ୟୁହାର ଜାତୀୟ ହାର ୧୬୭ ପ୍ରତି ଏକ ଲକ୍ଷରେ ଥିବା ବେଳେ ରାଜ୍ୟରେ ଥିଲା ୨୨୨। ଏହା ୨୦୧୪-୧୬ରେ ହ୍ରାସ ପାଇ ୧୮୦ ରେ ପହ˚ଚିଛି ବୋଲି ନବୀନବାବୁ ବିଜ୍ଞାପନରେ ନିଜ ଫଟୋ ଲଗାଇ ବାହାବା ନେଉଛନ୍ତି। କିନ୍ତୁ ସେହିବର୍ଷ ଜାତୀୟ ହାର ୧୩୦ ଥିଲେ ବି ତାହାକୁ ବିଜ୍ଞାପନରେ ଦର୍ଶାଯାଇନାହିଁ। ରାଜ୍ୟର ପ୍ରସୂତି ମହିଳା ଏବ˚ ନବଜାତ ଶିଶୁଙ୍କ ଦୁର୍ଦଶା ମୁଖ୍ୟ କାରଣ ଆବଶ୍ୟକ ଡାକ୍ତରଙ୍କର ଅଭାବ। ଗତ ମାର୍ଚ୍ଚ ୨୨ ତାରିଖ‌େର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ। ରାଜ୍ୟରେ ଜିଲ୍ଲାସ୍ତର ଠାରୁ ବ୍ଲକସ୍ତର ପର୍ଯ୍ୟନ୍ତ ଥିବା ବିଭିନ୍ନ ଡାକ୍ତରଖାନାରେ ୬୭୧୯ ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ବର୍ତମାନ ଅଛନ୍ତି ମାତ୍ର ୫୩୫୧ ଜଣ। ଆବଶ୍ୟକ ଭେଷଜ ବିଶେଷଜ୍ଞଙ୍କ ସ˚ଖ୍ୟା ୪୮୨ ଥିବା ବେଳେ ଅବସ୍ଥାପିତ ଡାକ୍ତରଙ୍କ ସ˚ଖ୍ୟା ୧୬୦ ଓ ଖାଲିଥିବା ଡାକ୍ତରଙ୍କ ସ˚ଖ୍ୟା ୩୨୨। ଅର୍ଥାତ୍‌ ୬୬.୮୦ ପ୍ରତିଶତ ଖାଲି ପଡିଛି। ସେହିଭଳି ଆବଶ୍ୟକ ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କ ସ˚ଖ୍ୟା ୫୯୫ ଥିବାବେଳେ ଅବସ୍ଥାପିତ ଡାକ୍ତରଙ୍କ ସ˚ଖ୍ୟା ୧୮୯ ଓ ଖାଲିଥିବା ଡାକ୍ତରଙ୍କ ସ˚ଖ୍ୟା ୪୦୬। ଯାହାକି ୬୮.୨୩ ପ୍ରତିଶତ ଖାଲି ପଡିଛି। ବିଭିନ୍ନ ସମୟରେ କଟକ ଶିଶୁଭବନରେ ଶିଶୁମୃତ୍ୟୁ ହେଉ କିମ୍ବା ଉପାନ୍ତ ଅ˚ଚଳରେ ଥିବା ଡାକ୍ତରଖାନାଗୁଡିକରେ ଯେଭଳି ଭାବେ ଶିଶୁମୃତ୍ୟୁ ହେଉଛି, ତାହାର ନିରାକରଣ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ଅତି କମ୍‌ରେ ଜଣେ ଶିଶୁ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ପାଇଁ କହି ଆସୁଥିଲେ ହେଁ ତାହା ଏପର୍ଯ୍ୟନ୍ତ ପୂରଣ ହେଲା ନାହିଁ। ଅନ୍ୟ ପକ୍ଷରେ ଆବଶ୍ୟକ ପ୍ରସୂତି ବିଭାଗ ଡାକ୍ତରଙ୍କ ସ˚ଖ୍ୟା ୫୭୦ ରହିଥିବା ବେଳେ ଅବସ୍ଥାପିତ ଡାକ୍ତରଙ୍କ ସ˚ଖ୍ୟା ୩୭୭ ଓ ଖାଲି ପଡିଥିବା ଡାକ୍ତରଙ୍କ ସ˚ଖ୍ୟା ୨୦୦। ଯାହାକି ୩୪ ପ୍ରତିଶତ।

ରାଜ୍ୟର ସ୍ବାସ୍ଥ୍ୟ ଛବି ଅତ୍ୟନ୍ତ ନୈରାଶ୍ୟଜନକ ଥିବା ବେଳେ ରାଜ୍ୟ ସରକାର ଯେଭଳି ଭାବେ ସ୍ବାସ୍ଥ୍ୟ ଚିତ୍ରକୁ ନେଇ ସ‌ନ୍ତୋଷ ପ୍ରକଟ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ। ଗ୍ରାମା˚ଚଳରେ ଶିଶୁମାନେ ୩୫.୩ ପ୍ରତିଶତ ପୁଷ୍ଟିହୀନତାର ଶିକାର ହେଉଥିବା ବେଳେ ମାଲକାନଗିରିରେ ଏହାର ହାର ୪୭.୨ ପ୍ରତିଶତ। ସେହପରି ରାଜ୍ୟର ଶିଶୁମାନେ ଉଦ୍‌ବେଗଜନକ ଭାବେ ରକ୍ତହୀନତାର ଶିକାର ହେଉଛନ୍ତି। ଗ୍ରାମା˚ଚଳରେ ଏହି ହାର ୪୫.୭ ପ୍ରତିଶତ ଥିବା ବେଳେ ସୁନ୍ଦରଗଡରେ ସର୍ବାଧିକ ୮୦.୩ ପ୍ରତିଶତ ରହିଛି। ସେହିଭଳି ଗ୍ରାମା˚ଚଳରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ହାର ୫୧.୮ ପ୍ରତିଶତ ହୋଇଥିବା ବେଳେ ସମ୍ବଲପୁରରେ ଏହାର ହାର ୭୫.୬ ପ୍ରତିଶତ। ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ୫୦ ଲକ୍ଷ ଶିଶୁମାନଙ୍କ ଭିତରୁ ୧୧ ଲକ୍ଷ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ପ୍ରତିଦିନ ଖବର କାଗଜରେ ବିଜ୍ଞାପନ ଦେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ନିଜର ସଫଳତାକୁ ଯେପରି ଭାବରେ ବଖାଣୁଛନ୍ତି ସେ ସ˚ପର୍କରେ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର