ଦୁଷ୍କର୍ମ ପ୍ରସଙ୍ଗରେ ଗର୍ଜିଲା କଂଗ୍ରେସ : ଅପରାଧୀ ଆଉ ଡରୁ ନାହାନ୍ତି

ଦିନକୁ ୭ ଦୁଷ୍କର୍ମ, ବର୍ଷକୁ ୬ ଦଣ୍ଡିତ ହେଉଛନ୍ତି
ସରକାରୀ ଉଦାସୀନତା ଓ ବେପରୁଆ ମନୋଭାବକୁ ସମାେଲାଚନା
ସୁପ୍ରିମକୋର୍ଟଙ୍କ ପଦକ୍ଷେପ କଥା ଉଠାଇ ଅସନ୍ତୋଷ ଝାଡ଼ିଲେ ନରସିଂହ
ରାଜନୈତିକ ଥଇଥାନ ଭିତ୍ତିରେ ପିପି ଓ ଏପିପି ନିଯୁକ୍ତିକୁ ବିରୋଧ

ଭୁବନେଶ୍ବର : ରାଜଧାନୀର ଏକ ଆଦିବାସୀ ହଷ୍ଟେ‌ଲରେ ନାବାଳିକା ଛାତ୍ରୀ ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ କଂଗ୍ରେସ ଗର୍ଜନ ତର୍ଜନ କରିଛି। ଏ େକ୍ଷତ୍ରରେ ସରକାରୀ ଉଦାସୀନତା ଓ େବପରୁଆ ମନୋଭାବକୁ ତୀବ୍ର ସମାେଲାଚନା କରିଛନ୍ତି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର। ରାଜ୍ୟ ସରକାର ଦୁଷ୍କର୍ମକାରୀଙ୍କୁ ପରୋକ୍ଷରେ ସମର୍ଥନ ଜଣାଉଛନ୍ତି େବାଲି ଅଭିେଯାଗ ଆଣି ବ୍ୟବସ୍ଥାରେ ଥିବା ସବୁ େଦାଷ ଦୁର୍ବଳତାର ଲମ୍ବା ତାଲିକା ଗୃହରେ ଉପସ୍ଥାପନ କରିଥିଲେ। ବାରମ୍ବାର ଏ ପ୍ରସଙ୍ଗ ଉଠାଯାଇଥିଲେ ହେଁ, ମୁଖ୍ୟମନ୍ତ୍ରୀ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି େବାଲି ସୂଚାଇଥିଲେ। କହିଥିଲେ, ସରକାରଙ୍କୁ େଲାକେ ବାରମ୍ବାର ଜିତାଉଛନ୍ତି ଅର୍ଥ କଣ ଏୟା େଯ ଅଧିକରୁ ଅଧିକ ନାରୀ ଦୁଷ୍କର୍ମ ଶିକାର ହୁଅନ୍ତୁ?

ଆଜି ଶୂନ୍ୟକାଳରେ ଆଦିବାସୀ ହଷ୍ଟେଲ ଛାତ୍ରୀ ଦୁଷ୍କର୍ମ ଘଟଣାରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବିବୃତି ଦୁର୍ଭାଗ୍ୟଜନକ େବାଲି ଦର୍ଶାଇ ଶ୍ରୀ ମିଶ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଗଣମାଧ୍ୟମ ରିପୋର୍ଟକୁ ଆଧାର କରି କହିଥିଲେ, ନାବାଳିକା ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ନିଜେ ମାମଲା ବିଚାରକୁ ନେଇ ସବୁ ରାଜ୍ୟକୁ େନାଟିସ କରିଛନ୍ତି। ଏଥିରେ ବିେଜପି ଶାସିତ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି, େଯଉଁଠାରେ ୩୪୫୭ଟି ମାମଲା ରୁଜୁ େହାଇଛି। କଂଗ୍ରେସ ଶାସିତ ମଧ୍ୟପ୍ରଦେଶ ଏ େକ୍ଷତ୍ରରେ ଦ୍ବିତୀୟ ସ୍ଥାନରେ ରହିଛି। ୨୩୮୯ଟି ମାମଲା ରୁଜୁ େହାଇଛି। ଓଡ଼ିଶାରେ ୧୦୦୫ ମାମଲା ରହିଛି। କିନ୍ତୁ େଲାକସଂଖ୍ୟା ଦୃଷ୍ଟିରୁ ବିଚାର କଲେ, ସମ୍ଭବତଃ ଓଡ଼ିଶା ଆଗରେ ରହିବ।

ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ସମାେଲାଚନା କରି କହିଥିଲେ, ରାଜ୍ୟରେ ଦୈନିକ ୭ଜଣ ଦୁଷ୍କର୍ମର ଶିକାର ‌େହଉଛନ୍ତି। ଅନ୍ୟପକ୍ଷରେ ବର୍ଷକୁ ମାତ୍ର ୬ଜଣ ଦୁଷ୍କର୍ମକାରୀ ଦଣ୍ଡିତ େହଉଛନ୍ତି। ପ୍ରତିଦିନ ଗଣମାଧ୍ୟମରେ ଦଳିତ ଓ ଆଦିବାସୀ ଯୁବତୀଙ୍କ ପ୍ରତି ଦୁଷ୍କର୍ମ ଅଭିେଯାଗ ଆସୁଛି। ଅପରାଧୀ ନାବାଳିକାଙ୍କୁ ବି ଛାଡୁନାହାନ୍ତି। େଗାଟିଏ ପଟେ େକନ୍ଦ୍ର ସରକାର ଫାଶୀ ଦଣ୍ଡାଦେଶ ବ୍ୟବସ୍ଥା କରୁଥିବା ବେଳେ ଅନ୍ୟପଟେ ଏପିପି ଓ ପିପି େକ୍ଷତ୍ରରେ ରାଜନୈତିକ ନିଯୁକ୍ତି ହେଉଛି। ଏମିତିରେ କେମିତି ଅପରାଧୀଙ୍କୁ ଦଣ୍ଡବିଧାନ କରାଯିବ? ପରୋକ୍ଷରେ ଅପରାଧୀଙ୍କୁ ଅଧିକ ଅପରାଧ କରିବା ପାଇଁ ସୁେଯାଗ ଦିଆଯାଉନି କି? ବାରମ୍ବାର ଏ ନେଇ କହିବା ପରେ ବି ସରକାର ଶୁଣୁନାହାନ୍ତି। ସେହିଭଳି ଆଇନଶୃଙ୍ଖଳା ଓ ତଦନ୍ତକୁ ପୃଥକୀକରଣ କରିବା ପାଇଁ କୁହାଯିବା ପରେ ବି ତାର ସାମାନ୍ୟତମ ପ୍ରଭାବ ପଡୁନାହିଁ। ବଲାଙ୍ଗୀର ଜିଲ୍ଲାରେ କିଭଳି ସରକାରୀ ପିପିଙ୍କୁ ତୁରନ୍ତ ବଦଳି କରାଗଲା, ଆଳିରେ ପୀଡ଼ିତାର ମା’ କିଭଳି ନ୍ୟାୟ ପାଇଁ ଅନୁନୟ ବିନୟ ହେଲା, ଶ୍ରୀ ମିଶ୍ର ତାର ଅବତାରଣା କରିଥିଲେ।

ପୁରୀରେ ୧୦ ହଜାର ପୁଲିସ ଥାଇ େଯଉଁଭଳି ଭାବେ ଜଣେ ନାବାଳିକାକୁ ଦୁଷ୍କର୍ମ ହେଲା, େସ େନଇ ତୀବ୍ର ଅସନ୍ତୋଷ ଝା଼ଡିଥିଲେ କଂଗ୍ରେସ ବିଧାୟକ ଦଳ େନତା। କହିଥିଲେ, ଅପରାଧୀ ଆଉ ଭୟ କରୁନାହାନ୍ତି। ଏଭଳିସ୍ଥଳେ ତୁରନ୍ତ ଦଣ୍ଡବିଧାନ ହେଲେ, ତାର ପ୍ରଭାବ ପଡ଼ିବ। ରାଜ୍ୟ ସରକାର ରାଜନୈତିକ ପିପି ଓ ଏପିପି ନିଯୁକ୍ତି ବନ୍ଦ କରିବା ଲାଗି ସେ ଦାବି କରିଥିଲେ।

ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଥାନାରେ କିଭଳି ମାମଲା ରଫାଦଫା େହଉଛି, ତାର ଉଦାହରଣ ଦେଇଥିଲେ। କହିଥିଲେ, ସବୁ କଥାରେ ପୁଲିସକୁ େଦାଷ ଦିଆଯାଉଛି। କିନ୍ତୁ େକଉଁ ଥାନାରେ ଦୁଇଟି କନଷ୍ଟେବଳ, ଦୁଇଟି ଏସ୍ଆଇ ଅଛନ୍ତି। ସରକାର ତୁରନ୍ତ ଏ େକ୍ଷତ୍ରରେ ପଦକ୍ଷେପ ନେବା ସହିତ ରାଜନୈତିକ ଥଇଥାନ ଭିତରେ ପିପି ଓ ଏପିପି ନିଯୁକ୍ତି ବନ୍ଦ କରିବା ଲାଗି ଦାବି କରିଥିଲେ। ଦଳୀୟ ଭିତ୍ତିରେ ପଦକ୍ଷେପ ନିଆଯାଉଥିବା ସଂପର୍କରେ ମଧ୍ୟ ଅଭିେଯାଗ ଆଣିଥିଲେ।

ସମ୍ବନ୍ଧିତ ଖବର